ଯିହିଜିକଲ 12:3 - ପବିତ୍ର ବାଇବଲ3 ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ପ୍ରସ୍ଥାନ କରିବା ପାଇଁ ସମ୍ଵଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ଵସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ-ବଂଶ ହେଲେ ହେଁ ସେମାନେ ବିବେଚନା କରିବେ। Gade chapit laଓଡିଆ ବାଇବେଲ3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ-ବଂଶ ହେଲେ ହେଁ ସେମାନେ ବିବେଚନା କରିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ ବଂଶ ହେଲେ ହେଁ ସେମାନେ ବିବେଚନା କରିବେ। Gade chapit la |
“ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା'ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ।
ଯଦି ସେମାନେ ସେମାନଙ୍କର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ମନ୍ଦିରର ନକ୍ସା ବିଷୟରେ ଜଣାଅ। ଆଉ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସମସ୍ତ ବ୍ୟବସ୍ଥା ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କ ଉପସ୍ଥିତିରେ ସେସବୁ ଲେଖ।