Biblia Todo Logo
Bib sou entènèt

- Piblisite -




ଯିହିଜିକଲ 10:5 - ପବିତ୍ର ବାଇବଲ

5 ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ସର୍ବଶକ୍ତିମାନ ପରମେଶ୍ଵରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷର ଶଦ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

Gade chapit la Kopi

ଓଡିଆ ବାଇବେଲ

5 ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।

Gade chapit la Kopi




ଯିହିଜିକଲ 10:5
19 Referans Kwoze  

ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।


ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ? ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି, ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ?


ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ।


ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା।


ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ।


ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ।


ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।


ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ। ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ। ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।


ପରମେଶ୍ୱରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।


ତା'ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?” ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”


ପରମେଶ୍ୱର ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ୟରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନରେ ଥିବା ସ୍ଥାନରୁ ଜ୍ୱଳନ୍ତ କୋଇଲାଗୁଡ଼ିକ ନେବାକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାର୍ଶ୍ୱରେ ଠିଆ ହେଲେ।


ତା'ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରି‌‌ଶ୍‌‌ଟି କୋଠରୀ ଥିଲା।


Swiv nou:

Piblisite


Piblisite