Biblia Todo Logo
Bib sou entènèt

- Piblisite -




ଯିହିଜିକଲ 1:4 - ପବିତ୍ର ବାଇବଲ

4 ତା'ପରେ ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ତେଜ ବାହାରୁଥିଲା ଓ ଏହାର ମଧ୍ୟଭାଗ ଏକ ଜ୍ୱଳନ୍ତ ଧାତୁ ସଦୃଶ ଦେଖା ଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅନନ୍ତର ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣି ବାୟୁ ବୃହତ ମେଘ ଓ ଜାଜ୍ଵଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା।

Gade chapit la Kopi

ଓଡିଆ ବାଇବେଲ

4 ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣି ବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା।

Gade chapit la Kopi




ଯିହିଜିକଲ 1:4
35 Referans Kwoze  

ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି।


ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା।


ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।


ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ। ସମଗ୍ର ପୃଥିବୀରେ ମହା ତୋଫାନ ଉଠିବ।”


“ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।


ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟିରେ ଦେଖାଯାଏ ସେହିପରି ଶୁଦ୍ଧ ଦେଖାଯାଉଥିଲା। ତାହାଙ୍କ ସ୍ୱର ବନ୍ୟାଜଳର ଗର୍ଜନ ଭଳି ଥିଲା।


କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।


ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୁଶାଲମରୁ ପଳାୟନ କର। ତିକୋୟ ନଗରରେ ତୂରୀ ବଜାଅ ଓ ବୈ‌ଥ୍‌ହକେରମରେ ଧ୍ୱଜା ଟେକ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।


ସିୟୋନଆଡ଼େ ଧ୍ୱଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାୟନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।”


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।


ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ, “କାରଣ ସେ ମଙ୍ଗଳମୟ। ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।” ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା।


ତା'ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ।


ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି।


ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ।


ମୁଁ ଯେଉଁ ଦର୍ଶନ ସେଠାରେ ଦେଖିଲି, ତାହା ଯେତେବେଳେ ସହରକୁ ଧ୍ୱଂସ କରିବାକୁ ଆସିଲାପରି ଦେଖାଯାଉଥିଲା ଓ ମୁଁ କବାର ନଦୀରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାୟୀ ହୋଇ ପ୍ରଣିପାତ କଲି।


କୃଷ୍ଣବର୍ଣ୍ଣ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡ଼କୁ ଯିବେ, ଲାଲ ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡ଼େ, ଧଳା ଘୋଡ଼ାଗୁଡ଼ିକ ଦ୍ୱାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡ଼େ ଓ ପାଣ୍ତୁର ଅଶ୍ୱଗୁଡ଼ିକ ଦ୍ୱାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡ଼େ ଯିବେ।”


ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା।


ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା'ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।


ତା'ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଉତ୍ତର ଦେଇ କହିଲେ,


Swiv nou:

Piblisite


Piblisite