Biblia Todo Logo
Bib sou entènèt

- Piblisite -




ଯିହିଜିକଲ 1:10 - ପବିତ୍ର ବାଇବଲ

10 ପ୍ରତି ପ୍ରାଣୀର ଗ୍ଭରି ମୁଖ ମଧ୍ୟରୁ ସମ୍ମୁଖ ଭାଗରେ ମନୁଷ୍ୟର ମୁଖ, ଦକ୍ଷିଣ ପାର୍ଶ୍ୱରେ ସିଂହର ମୁଖ, ବାମ ପାର୍ଶ୍ୱରେ ଗୋରୁର ମୁଖ ଓ ପଛ ଭାଗରେ ଉତ୍କ୍ରୋଶପକ୍ଷୀର ମୁଖ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଦକ୍ଷିଣ ଦିଗରେ ଚାରି ପ୍ରାଣୀର ସିଂହ ମୁଖ ଓ ବାମ ଦିଗରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

Gade chapit la Kopi

ଓଡିଆ ବାଇବେଲ

10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ-ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।

Gade chapit la Kopi




ଯିହିଜିକଲ 1:10
20 Referans Kwoze  

ପ୍ରତ୍ୟେକ କିରୂବର ଗ୍ଭରିମୁଖ ଥିଲା: ପ୍ରଥମ ମୁଖ କିରୁବଦୂତର ମୁଖ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତ୍କ୍ରୋଶପକ୍ଷୀର ମୁଖ ଥିଲା। ତା'ପରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସେମାନେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ। ତା'ପରେ କିରୁବଦୂତଗଣ ଊର୍ଦ୍ଧ୍ୱକୁ ଉଠିଲେ।


ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ୱିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ୟର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।


କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”


ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”


ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଶପକ୍ଷୀର ଡେଣାପରି ତା'ର ଡେଣା ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡେଣା ଉପୁଡ଼ାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ୟ ପରି ଦୁଇ ପାଦରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


“ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର।


ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ନୂତନ ବଳ ପାଆନ୍ତି। ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି। ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ।


ଯଦି ଗୋରୁଗୁଡ଼ିକ ସେଠାରେ ନାହାନ୍ତି, କାର୍ଯ୍ୟ ପାଇଁ ଶସ୍ୟ ଘର ଶୂନ୍ୟ ଅଟେ, ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।


ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛ। ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି?


ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।


ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ, “ମଧୁଠାରୁ ମଧୁର ଆଉ କ’ଣ? ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?” ଶା‌ମ୍‌ଶୋନ୍ ସେମାନଙ୍କୁ କହିଲେ, “ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।”


“ସଦାପ୍ରଭୁ ତୁମ୍ଭ ପାଇଁ ଦୂରରୁ ଅନ୍ୟ ଏକ ଜାତି ଆଣିବେ, ତୁମ୍ଭ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବେ। ତୁମ୍ଭେ ସେମାନଙ୍କର ଭାଷା ବୁଝିପାରିବ ନାହିଁ। ସେମାନେ ଖୁବ୍ ଶୀଘ୍ର ଆସିବେ। ଯେପରି ଆକାଶରୁ ବାଜପକ୍ଷୀ ଓହ୍ଲାଇଲା ପରି।


“ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ।


“ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ।


“ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ।


“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ।


ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ।


ଏବଂ ପ୍ରତ୍ୟେକ ପ୍ରାଣୀର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା।


ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ୟର ଉଭୟ ପାର୍ଶ୍ୱର ଖର୍ଜ୍ଜୁର ବୃକ୍ଷକୁ ଅନାଇଥିଲେ।


Swiv nou:

Piblisite


Piblisite