Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:34 - ପବିତ୍ର ବାଇବଲ

34 ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ ଭାରୀ କଲେ।

Gade chapit la Kopi

ଓଡିଆ ବାଇବେଲ

34 ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି, ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ କଠିନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି, ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ କଠିନ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 9:34
11 Referans Kwoze  

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ।


ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।


ସିଦିକିୟ ରାଜା ନବୂଖ‌ଦ୍‌ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖ‌ଦ୍‌ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖ‌ଦ୍‌ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖ‌ଦ୍‌ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ।


ଆମୋନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମୋନ୍ ଆହୁରି ଅଧିକରୁ ଅଧିକ ପାପ କଲେ।


ରାଜା ଆହ‌ସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ।


ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।


ମୋଶା ମିଶରକୁ ଯାତ୍ରା କରୁଥିବା ସମୟରେ ପରମେଶ୍ୱର ତାଙ୍କୁ କହିଲେ, “ମନେରଖ, ତୁମ୍ଭେ ଫାରୋଙ୍କ ସହିତ କଥା ହେବା ସମୟରେ ତୁମ୍ଭେ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟ ତାଙ୍କୁ ଦେଖାଇବ ଯାହା ମୁଁ ତୁମ୍ଭକୁ ଦେଇଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥିରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦେବେ ନାହିଁ।


ମୋଶା ଫାରୋଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଗଲା।


ଫାରୋ ପୁଣି ଥରେ ଦୃଢ଼ ହେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯେପରି କହିଥିଲେ ସେହିପରି ହେଲା।


ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।


Swiv nou:

Piblisite


Piblisite