Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:25 - ପବିତ୍ର ବାଇବଲ

25 ଏହି ଶିଳାବୃଷ୍ଟି ମିଶରର କ୍ଷେତ ମଧ୍ୟସ୍ଥ ସବୁକିଛି ନଷ୍ଟ କଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦିମାନକୁ ଧ୍ୱଂସ କଲା। ଏହି ଶିଳାବୃଷ୍ଟି ମଧ୍ୟ କ୍ଷେତ ମଧ୍ୟସ୍ଥ ବୃକ୍ଷମାନକୁ ନଷ୍ଟ କରି ପକାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ଵାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା।

Gade chapit la Kopi

ଓଡିଆ ବାଇବେଲ

25 ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳାବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା।

Gade chapit la Kopi




ଯାତ୍ରା ପୁସ୍ତକ 9:25
8 Referans Kwoze  

ସେ ଶିଳାଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମଦ୍ୱାରା ସେମାନଙ୍କ ବୃକ୍ଷ ଧ୍ୱଂସ କଲେ।


ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖ। ତୁମ୍ଭର ସମସ୍ତ ପଶୁଗୁଡ଼ିକ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସ। କାରଣ ଯେଉଁମାନେ କ୍ଷେତରେ ରହିବେ ମନୁଷ୍ୟ ହେଉ କି ପଶୁ ହେଉ ସେମାନେ ମରିବେ। ଘର ବାହାରେ ଥିବା ସମସ୍ତ ବସ୍ତୁ ଉପରେ ଶିଳାବୃଷ୍ଟି ହେବ।’”


ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା।


ପରମେଶ୍ୱର କୁଆପଥର ଦ୍ୱାରା ସେମାନଙ୍କ ପଶୁଗଣଙ୍କୁ ଓ ସେମାନଙ୍କ ପଲଗଣଙ୍କୁ ପ୍ରଜ୍ୱଳିତ ବଜ୍ରାଘାତରେ ବଧ କଲେ।


ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ।


ତା’ ପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀୟମାନଙ୍କର କୃଷି କ୍ଷେତ୍ରରେ ପଶୁମାନଙ୍କର ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲୀୟମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ।


ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।


Swiv nou:

Piblisite


Piblisite