Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:22 - ପବିତ୍ର ବାଇବଲ

22 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳା ବୃଷ୍ଟି ହେବ।

Gade chapit la Kopi

ଓଡିଆ ବାଇବେଲ

22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସ୍ରୀୟ ସମସ୍ତ ମନୁଷ୍ୟ, ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳା ବୃଷ୍ଟି ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସରୀୟ ସମସ୍ତ ମନୁଷ୍ୟ, ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳାବୃଷ୍ଟି ହେବ।”

Gade chapit la Kopi




ଯାତ୍ରା ପୁସ୍ତକ 9:22
7 Referans Kwoze  

ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଯିବେ।”


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।”


ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”


କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହସ୍ତ ଆକାଶ ଆଡ଼କୁ ଉଠାଅ। ତାହାହେଲେ ମିଶର ଦେଶ ଅନ୍ଧକାରରେ ଆଚ୍ଛାଦିତ ହେବ। ମିଶରୀୟମାନେ ଅନ୍ଧକାରରେ ଦରାଣ୍ଡି ହେବେ।”


ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।


Swiv nou:

Piblisite


Piblisite