Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:21 - ପବିତ୍ର ବାଇବଲ

21 କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା।

Gade chapit la Kopi

ଓଡିଆ ବାଇବେଲ

21 ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା।

Gade chapit la Kopi




ଯାତ୍ରା ପୁସ୍ତକ 9:21
11 Referans Kwoze  

ତା'ପରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କର ସାକ୍ଷାତରେ ନିଜକୁ ନମ୍ର କଲ। ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଯାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।


ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”


ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।


ଯଦି ପରମେଶ୍ୱର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ୱାସପ୍ରଶ୍ୱାସକୁ କାଢ଼ି ନେବେ।


ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ? ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?


ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”


ତା'ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ।


ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।


କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।”


ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।


Swiv nou:

Piblisite


Piblisite