Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:17 - ପବିତ୍ର ବାଇବଲ

17 ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଏବେ ହେଁ ତୁମ୍ଭେ କି ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ?

Gade chapit la Kopi

ଓଡିଆ ବାଇବେଲ

17 ତଥାପି ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତଥାପି ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ?

Gade chapit la Kopi




ଯାତ୍ରା ପୁସ୍ତକ 9:17
14 Referans Kwoze  

ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା!


ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।


“ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା'ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ।


ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହୋଇଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠରେ ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସେହି ବାଟରେ ତୁମ୍ଭେମାନେ ଫେରିଯିବ।””


ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।


ଗୋଟିଏ କୁହ୍ରାଡ଼ି କ’ଣ ତା'ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।


ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ? ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି, ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ?


ପରମେଶ୍ୱର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କେହି ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇ କେବେ ଅକ୍ଷତ ରହିପାରିବ ନାହିଁ।


କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ।


ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ।


“‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ।


“କିନ୍ତୁ ନବୂଖ‌ଦ୍‌ନିତ୍ସର ଗର୍ବୀ ଏବଂ ଜି‌‌ଦ୍‌‌ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା'ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା।


Swiv nou:

Piblisite


Piblisite