Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 9:1 - ପବିତ୍ର ବାଇବଲ

1 ଏହା ପରେ ସଦାପ୍ରଭୁ ମୋଶାଙ୍କୁ ଫାରୋଙ୍କ ନିକଟକୁ ଯାଇ କହିବାକୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରି ପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଫାରୋ ନିକଟକୁ ଯାଇ ତାହାକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁତୁମ୍ଭେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।

Gade chapit la Kopi




ଯାତ୍ରା ପୁସ୍ତକ 9:1
7 Referans Kwoze  

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ‘ମୋର ଲୋକମାନଙ୍କୁ ଯିବା ପାଇଁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରିବେ।


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଭାତରେ ଉଠ ଏବଂ ଫାରୋଙ୍କ ନିକଟକୁ ଯାଅ। ତାଙ୍କୁ କୁହ ଏବ୍ରୀୟ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ମୋର ଉପାସନା ପାଇଁ ଛାଡ଼।


ପରମେଶ୍ୱର ମୋଶାଙ୍କୁ କହିଲେ, “ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ଯାଅ। ସେ ଯେତେବେଳେ ନଦୀକୂଳକୁ ଯିବ। ଏହିପରି କୁହ ସଦାପ୍ରଭୁ କହିଲେ, ‘ମୋର ଲୋକମାନଙ୍କୁ ଛାଡ଼ ସେମାନେ ମୋର ଉପାସନା କରିବେ।


ମୋଶା ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସେମାନେ କହିଲେ, “ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର କହିଛନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ। ସେମାନେ ମୋ’ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।’”


“ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’


Swiv nou:

Piblisite


Piblisite