Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 8:3 - ପବିତ୍ର ବାଇବଲ

3 ନୀଳନଦୀ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ ହେବ। ସେମାନେ ନଦୀରୁ ଆସି ତୁମ୍ଭର ଘରେ ପଶିବେ। ସେମାନେ ତୁମ୍ଭର ଶୟନ କକ୍ଷ ଓ ଶେଯରେ ପଡ଼ି ରହିବେ ଏବଂ ସେମାନେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡ଼ିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀରେ ପ୍ରବେଶ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ ଓ ଶୟନାଗାରରେଓ ଶଯ୍ୟାରେ ଓ ତୁମ୍ଭ ଦାସମାନଙ୍କ ଗୃହରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ତନ୍ଦୁରରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;

Gade chapit la Kopi

ଓଡିଆ ବାଇବେଲ

3 ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;

Gade chapit la Kopi




ଯାତ୍ରା ପୁସ୍ତକ 8:3
8 Referans Kwoze  

ସେମାନଙ୍କର ଦେଶ ଏବଂ ସେମାନଙ୍କର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା।


ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ।


ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି।


ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’”


ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଗ୍ଭରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳରେ ପୂର୍ଣ୍ଣ ହୋଇଯିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କେବେ ଦେଖି ନ ଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ଯାଏ ଏତେ ପଙ୍ଗପାଳ ହୋଇ ନ ଥିବ।’” ଏହା ପରେ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଲେ।


କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରା‌ମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ।


ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସେମାନେ ମଧ୍ୟ ହାରୋଣଙ୍କ ପରି ତାଙ୍କ ଗୁପ୍ତ ଯାଦୁ ବିଦ୍ୟା ପ୍ରୟୋଗ କରି ଆଶାବାଡ଼ିକୁ ସର୍ପରେ ପରିଣତ କରି ଦେଲେ।


ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।”


Swiv nou:

Piblisite


Piblisite