Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 8:25 - ପବିତ୍ର ବାଇବଲ

25 ତେଣୁ ଫାରୋ ମୋଶା ଓ ହାରୋଣଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।

Gade chapit la Kopi

ଓଡିଆ ବାଇବେଲ

25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”

Gade chapit la Kopi




ଯାତ୍ରା ପୁସ୍ତକ 8:25
9 Referans Kwoze  

ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ।


ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”


ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର।


ଫାରୋ ବ୍ୟଗ୍ରତାର ସହକାରେ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, “ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ପାପ କରିଅଛି।


ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି।


ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।”


ତେଣୁ ଫାରୋ ତାଙ୍କର କର୍ମଗ୍ଭରୀମାନଙ୍କୁ ଆଜ୍ଞା ଦେଲେ ଯେ, ତୁମ୍ଭେମାନେ ମୋଶା ଓ ହାରୋଣଙ୍କୁ ଫେରାଇ ଆଣ। ଫାରୋ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଉପାସନା କର। କିନ୍ତୁ ମୋତେ କୁହ, କେଉଁମାନେ ଯିବ?”


ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।”


ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ। କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।


Swiv nou:

Piblisite


Piblisite