Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 8:10 - ପବିତ୍ର ବାଇବଲ

10 ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।” ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେ କହିଲେ, କାଲି କର। ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।

Gade chapit la Kopi

ଓଡିଆ ବାଇବେଲ

10 ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, “ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।

Gade chapit la Kopi




ଯାତ୍ରା ପୁସ୍ତକ 8:10
21 Referans Kwoze  

ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ୱର ଓ ଅଦ୍ୱିତୀୟ, ଆମ୍ଭ ତୁଲ୍ୟ ଅନ୍ୟ କେହି ନାହିଁ।


ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ। ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।


ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ।


ହେ! ପରମେଶ୍ୱର, ତୁମ୍ଭେ ମହାନ। ତୁମ୍ଭପରି ଅନ୍ୟ କେହି ନୁହେଁ। ତୁମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର କେହି ନୁହନ୍ତି। ଆମ୍ଭେ ତାହା ଜାଣୁ, ଯେହେତୁ ଆମ୍ଭେମାନେ ତୁମ୍ଭର କାର୍ଯ୍ୟକଳାପ ବିଷୟରେ ଶୁଣିଅଛୁ।


“ହେ ଯିଶୁରୁଣ, ପରମେଶ୍ୱରଙ୍କ ପରି ଆଉ କେହି ନାହିଁ। ସେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆକାଶରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।


ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା


ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା'ପରେ ସେ ଗ୍ଭଲିଯାଏ।


ତେଣୁ ସେହି ପବିତ୍ର ସ୍ୱରୂପ କୁହନ୍ତି, “ଆମ୍ଭେ କ’ଣ କାହା ସହିତ ତୁଳନୀୟ ହୋଇ ପାରିବା? କାରଣ କେହି ଆମ୍ଭ ସହିତ ସମାନ ନୁହେଁ।”


କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ’ଣ ଘଟିବାକୁ ଯାଉଛି।


ଏହା ପରେ ସେମାନେ ଜାଣିବେ ଯେ, ଯାହାର ନାମ ଯିହୋବାଃ, ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ୱର ଅଟ।


ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି। ହିଗାୟୋନ୍‍ ସେଲା


ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ। ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ।


ଏହିସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେମାନେ ଜାଣି ପାରିବ, ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାଙ୍କ ଭିନ୍ନ ଆଉ କେହି ନାହିଁ।


“ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି? ନା, ତୁମ୍ଭ ପରି ଆଉ କେହି ନାହାନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅ‌ଦ୍‌ଭୂତ କାର୍ଯ୍ୟ କର!


ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।


ମୋଶା ଫାରୋଙ୍କୁ କହିଲେ, “ଦୟାକରି କୁହ ତୁମ୍ଭେ କେତେବେଳେ ଗ୍ଭହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କେବଳ ନଦୀରେ ରହିବେ।”


‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏମନ୍ତ ପରମେଶ୍ୱର ଆଉ କିଏ ଅଛି।’


“ଏଥିପାଇଁ ତୁମ୍ଭେମାନେ ଆଜି ଏହା ଚିନ୍ତା ଓ ହୃଦୟଙ୍ଗମ କରିବା ଉଚିତ୍ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସ୍ୱର୍ଗର ଉପରେ ଓ ପୃଥିବୀ ତଳେ ଅଛନ୍ତି, ଅନ୍ୟ କେହି ନୁହେଁ।


ତେବେ ପରମେଶ୍ୱରଙ୍କୁ ତୁମ୍ଭେ କାହା ସହିତ ତୁଳନା କରି ପାରିବ? ତାଙ୍କର ଏକ ମୂର୍ତ୍ତି ତୁମ୍ଭେ ଗଢ଼ି ପାରିବ? ନା।


Swiv nou:

Piblisite


Piblisite