Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 7:9 - ପବିତ୍ର ବାଇବଲ

9 “ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦେଖାଅ। ସେ ତୁମ୍ଭମାନଙ୍କୁ ଅ‌ଦ୍‌ଭୂତ କର୍ମ ଦେଖାଇବାକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖରେ ସର୍ପରେ ପରିଣତ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।

Gade chapit la Kopi

ଓଡିଆ ବାଇବେଲ

9 “ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ‘କୌଣସି ଚିହ୍ନ ଦେଖାଅ’ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ‘ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।’”

Gade chapit la Kopi




ଯାତ୍ରା ପୁସ୍ତକ 7:9
15 Referans Kwoze  

ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”


ସେ କହିଲେ, “ଏ ଗୁଡ଼ିକ ସତ୍ୟ ବୋଲି ତୁମ୍ଭେ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ। ସେହି ଚିହ୍ନ ଅଧୋଲୋକରୁ ହେଉ କିମ୍ବା ଉର୍ଦ୍ଧଲୋକରୁ ହେଉ ସଦାପ୍ରଭୁଙ୍କୁ ସେହି ଚିହ୍ନ ମାଗ।”


କିନ୍ତୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭ ହାତରେ କ’ଣ ଅଛି?” ମୋଶା ଉତ୍ତର ଦେଲେ, “ଏହା ମୋର ଆଶାବାଡ଼ି।”


ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ'ଣ କରିବ?


ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”


ତେଣୁ ମୋଶା ତାଙ୍କର ଆଶାବାଡ଼ିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହା ପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ଜୋ‌‌ର୍‌‌ରେ ପବନ ବୁହାଇଲେ। ଏହି ପବନ ଦିନ ଓ ରାତି ତମାମ ଲାଗି ରହିଲା। ପ୍ରଭାତ ହେବାରୁ ସେହି ପବନ ଦ୍ୱାରା ପଙ୍ଗପାଳ ଦ୍ୱାରା ମିଶର ଭୂମି ପରିପୂର୍ଣ୍ଣ ହୋଇଗଲା।


କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ'ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ'ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।”


ଯୀଶୁ କହିଲେ, “ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିବାକୁ ଗ୍ଭହାନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦେଖାଇ ଦିଆ ଯିବ ନାହିଁ। କେବଳ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯୂନସଙ୍କ କ୍ଷେତ୍ରରେ ଘଟିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ହିଁ ସେମାନଙ୍କ ପାଇଁ ଏକମାତ୍ର ଚିହ୍ନ ହେବ।


ଆଉ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ହେ ମିଶରର ରାଜା ଫାରୋ, ମୁଁ ତୁମ୍ଭର ବିପକ୍ଷ ଅଟେ। ତୁମ୍ଭେ ଆପଣା ସ୍ରୋତ ସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ ଜୀବ କୁମ୍ଭୀର ସଦୃଶ। ତୁମ୍ଭେ କହିଅଛ, “ଏ ନଦୀ ମୋର, ମୁଁ ନିଜ ପାଇଁ ଏହାକୁ ସୃଷ୍ଟି କରିଅଛି।”


ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା।


ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା।


ସଦାପ୍ରଭୁ ମୋଶା ଓ ହାରୋଣକୁ କହିଲେ,


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।” ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା'ଠାରୁ ଦୌଡ଼ି ପଳାଇଲେ।


Swiv nou:

Piblisite


Piblisite