Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 7:23 - ପବିତ୍ର ବାଇବଲ

23 ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

23 ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 7:23
20 Referans Kwoze  

ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।


ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ।


ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”


ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।


ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।


ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।


ଯେଉଁ ଲୋକ ଥରକୁଥର, ଅନୁଯୋଗ ପାଇ ମଧ୍ୟ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହେବ।


ତେଣୁ ମୁଁ ଅନାଇଲି, ପୁଣି ମନୋଯୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।


ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ।


ଦୌରାତ୍ମ୍ୟରେ ଭରସା କର ନାହିଁ। ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ଯଦି ତୁମ୍ଭେ ଧନୀ ହେଲେ ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।


ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ? ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?


ତା'ପରେ ପ୍ରାୟ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ,” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ କିଅବା ତହିଁରେ ମନ ଦେଲା ନାହିଁ।


ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ।


କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ।


ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା।


ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।


କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ।


ଯେଉଁ ଲୋକ ସର୍ବଦା ଭୟ ରଖେ, ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।


ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’ ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ କିମ୍ବା ତା'ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।


Swiv nou:

Piblisite


Piblisite