Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 7:20 - ପବିତ୍ର ବାଇବଲ

20 ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀଜଳ ରକ୍ତ ହୋଇଗଲା।

Gade chapit la Kopi

ଓଡିଆ ବାଇବେଲ

20 ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା।

Gade chapit la Kopi




ଯାତ୍ରା ପୁସ୍ତକ 7:20
14 Referans Kwoze  

ସେ ସେମାନଙ୍କର ଜଳକୁ ରକ୍ତ କଲେ ଓ ସେମାନଙ୍କର ମାଛସବୁ ମରିଗଲେ।


ପରମେଶ୍ୱର ନଦୀର ଜଳକୁ ରକ୍ତ ସ୍ରୋତରେ ପରିଣତ କଲେ। ମିଶରୀୟମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।


ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା।


ଯଦି ସେମାନେ ଏହି ଦୁଇଟି ପ୍ରମାଣ ଦେଖିବା ପରେ ତୁମ୍ଭକୁ ବିଶ୍ୱାସ ନ କରନ୍ତି ଏବଂ ଯଦି ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ନୀଳନଦୀରୁ କିଛି ଜଳ ନେଇ ଭୂମିରେ ଢାଳିବ ତାହା ଭୂମିରେ ପଡ଼ିଲା ମାତ୍ରେ ରକ୍ତ ହୋଇଯିବ।”


ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା।


ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”


ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା, ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ? ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ ଏବଂ ରଥକୁ ଆରୋହଣ କଲ?


ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ।


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କାର୍ଯ୍ୟମାନ କଲେ। ହାରୋଣ ତାଙ୍କର ଆଶାବାଡ଼ିଟିକୁ ଭୂମିରେ ପକାଇଲେ। ଯେତେବେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଗ୍ଭହିଁଥିଲେ ସେମାନଙ୍କ ସମ୍ମୁଖରେ ଆଶାବାଡ଼ିଟି ସର୍ପରେ ପରିଣତ ହୋଇଗଲା।


Swiv nou:

Piblisite


Piblisite