Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 7:14 - ପବିତ୍ର ବାଇବଲ

14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଫାରୋର ହୃଦୟ ଭାରୀ ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ି ଦେବାକୁ ନାସ୍ତି କରୁଅଛି।

Gade chapit la Kopi

ଓଡିଆ ବାଇବେଲ

14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କରୁଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କରୁଅଛି।

Gade chapit la Kopi




ଯାତ୍ରା ପୁସ୍ତକ 7:14
21 Referans Kwoze  

ସଦାପ୍ରଭୁ ଫାରୋଙ୍କର ହୃଦୟକୁ ପୁଣି କଠୋର କଲେ, ତେଣୁ ଫାରୋ ସେମାନଙ୍କୁ ଆଉ ଯିବାକୁ ଦେଲେ ନାହିଁ।


କିନ୍ତୁ ସଦାପ୍ରଭୁ ପୁନରାୟ ଫାରୋଙ୍କ ହୃଦୟ କଠୋର କଲେ। ଯେଉଁଥିରେ ଫାରୋ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ। ମୁଁ ତାଙ୍କୁ କଠୋର କରିଛି ଏବଂ କର୍ମଗ୍ଭରୀମାନଙ୍କୁ ମଧ୍ୟ କଠୋର ହୃଦୟ କରିଛି। ମୁଁ ଏପରି କରିଅଛି ଯଦ୍ଦ୍ୱାରା ମୁଁ ସେମାନଙ୍କୁ ମୋର ଶକ୍ତିଶାଳୀ ଅ‌ଦ୍‌ଭୂତ କର୍ମ ଦେଖାଇ ପାରିବି।


ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।


ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।


ସେମାନେ ଜି‌ଦ୍‌ଖୋର ଏବଂ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କ ପୂର୍ବରୁ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ ମାନିବାକୁ ମନା କଲେ। ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ ବିଶେଷ କ୍ରୋଧାନ୍ୱିତ ହେଲେ।


ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ ଓ ପ୍ରବଞ୍ଚନା ଲାଗି ରହେ।” ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”


ଯିହୁଦା ଓ ଯିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି? ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି ଓ ସେମାନେ ଫେରିବାକୁ ଅସମ୍ମତ।


ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।” ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି।


ତୁମ୍ଭେମାନେ ଯଦି ମୋର ଲୋକମାନଙ୍କୁ ଯିବାକୁ ନ ଦିଅ, ତେବେ କାଲି ତୁମ୍ଭ ରାଜ୍ୟକୁ ପଙ୍ଗପାଳ ଦଳ ଆଣିବି।


ଯଦି ତୁମ୍ଭେ ଏପରି କର ଓ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ।


ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି।


ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”


ତଥାପି ଫାରୋ କଠିନ ହେଲେ ଲୋକମାନଙ୍କୁ ଯିବାକୁ ଅନୁମତି ଦେଲେ ନାହିଁ। ଏହା ସେହିପରି ହୋଇଥିଲା ଯେପରି ସଦାପ୍ରଭୁ ହେବ ବୋଲି କହିଥିଲେ। ଫାରୋ ମୋଶା ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।


ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା।


ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇସ୍ରାଏଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇସ୍ରାଏଲର କୌଣସି ପଶୁ ମରି ନ ଥିଲେ। ତଥାପି ଫାରୋ ଜି‌ଦ୍‌ଖୋର ହୋଇ ରହିଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।


“କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ୟ ହାତର ଶକ୍ତି ବିନା ମିଶରର ରାଜାକୁ ଜବରଦସ୍ତ କରାଗଲେ ମଧ୍ୟ, ତୁମ୍ଭମାନଙ୍କୁ ଯିବାକୁ ଦେବ ନାହିଁ।


ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।”


ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ।


“କିନ୍ତୁ ହି‌ଷ୍‌ବୋନର ରାଜା ସୀହୋନ୍ ତାଙ୍କ ଦେଶ ମଧ୍ୟଦେଇ ଆମ୍ଭମାନଙ୍କୁ ଯିବାକୁ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ହୃଦୟ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭେମାନେ ସୀହୋନକୁ ପରାସ୍ତ କରି ପାରିବ, ଏବଂ ଆଜି ଆମ୍ଭେ ଜାଣିଲୁ ବାସ୍ତବରେ କ’ଣ ସବୁ ଘଟିଲା।


ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।


Swiv nou:

Piblisite


Piblisite