Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 6:23 - ପବିତ୍ର ବାଇବଲ

23 ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ପୁଣି ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବୀହୂ ଓ ଇଲୀୟାସର ଓ ଈଥାମରକୁା ପ୍ରସବ କଲା।

Gade chapit la Kopi

ଓଡିଆ ବାଇବେଲ

23 ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।

Gade chapit la Kopi




ଯାତ୍ରା ପୁସ୍ତକ 6:23
19 Referans Kwoze  

“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ।


ଅମ୍ରାମ୍ର ସନ୍ତାନମାନେ ଥିଲେ ହାରୋଣ, ମୋଶା ଓ ମରିୟମ୍। ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୁ, ଇଲିୟାସର ଓ ଈଥାମର।


ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ।


ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ।


ଅରାମ ଅମ୍ମୀନାଦାବ ବାପା। ଅମ୍ମୀନାଦାବ ନହଶୋନଙ୍କ ବାପା। ନହଶୋନ ସଲମୋନଙ୍କ ବାପା।


“ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିୟାସରକୁ ହୋର ପର୍ବତ ଉପରକୁ ନେଇଯାଅ।


ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ।


ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।


ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର।


ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।


ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।


ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।


ହାରୋଣର ପୁତ୍ର, ଇଲିୟାସର ମଲେ, ଓ ଇଫ୍ରୟିମର ପାର୍ବତ୍ୟମୟ ଦେଶର ଗିବିୟାଠାରେ ତାଙ୍କୁ କବର ଦିଆଗଲା। ତାଙ୍କର ପୁତ୍ର ପୀନହ‌ସ୍‌କୁ ଗିବିୟୋନ ଦିଆଗଲା।


Swiv nou:

Piblisite


Piblisite