Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 6:14 - ପବିତ୍ର ବାଇବଲ

14 ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ: ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ ଓ ହିଷ୍ରୋଣ୍ ଓ କର୍ମ୍ମି; ଏମାନେ ରୁବେନର ବଂଶ।

Gade chapit la Kopi

ଓଡିଆ ବାଇବେଲ

14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌‌ର ସନ୍ତାନ ହନୋକ, ପଲ୍ଲୂ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍‌ର ବଂଶ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍‍ର ବଂଶ।

Gade chapit la Kopi




ଯାତ୍ରା ପୁସ୍ତକ 6:14
17 Referans Kwoze  

ରୁବେନଙ୍କର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମ୍ମି।


ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗେବାରେ ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। ନିଜର ଗୃହ ତ୍ୟାଗ କରି ମାନହତକୁ ଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମାନ, ଅହିୟ ଓ ଗେରା। ଗେରା ସେମାନଙ୍କୁ ଗୃହତ୍ୟାଗ କରିବା ନିମନ୍ତେ ବଳପ୍ରୟୋଗ କଲେ। ଗେରା ଉଷ ଓ ଅହୀଦୂଦଙ୍କ ପିତା ଥିଲେ।


ବେଲାଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଇ‌ଷ୍‌ବୋନ୍, ଉଷ, ଉଷୀୟେଲ, ଯିରେମୋତ୍ ଓ ଈରୀ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ପରିବାରର ଇତିହାସରୁ ଜଣାଯାଏ ଯେ, ସେମାନଙ୍କ ମଧ୍ୟରେ 22,034 ଜଣ ସୈନିକ ଥିଲେ।


ତୋଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାୟ, ଯିରୀୟେଲ, ଯହମୟ, ଯି‌ବ୍‌ସମ୍ ଓ ଶାମୁୟେଲ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ବ୍ୟକ୍ତିଗଣ ସେମାନଙ୍କର ବଂଶାନୁସାରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସେମାନଙ୍କର ସଂଖ୍ୟା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସେମାନେ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।


ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ।


ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।


ଯାଜକ ଇଲିୟାସର ନୂନର ପୁତ୍ର ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧ୍ୟରେ ବଣ୍ଟା ହେବ।


ଆଉ ଯର୍ଦ୍ଦନ ନଦୀ, ରୁବେ‌ନ୍‌କୁ ଦିଆଯାଇଥିବା ଦେଶର ସୀମା ଥିଲା। ରୁବେନ୍ ପରିବାରବର୍ଗର ଗୋଷ୍ଠୀ ତାଲିକାଭୁକ୍ତ ସହର ଓ କ୍ଷେତ ପାଇଲେ।


ମୋଶା ରୁବେନ୍ ପରିବାରବର୍ଗର ପ୍ରତ୍ୟେକଙ୍କୁ ସେମାନଙ୍କର ଗୋତ୍ରାନୁସାରେ ଅଧିକାର ଦେଲେ।


ହାରୋଣର ପୁତ୍ର ଇଲିୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କଲେ ଓ ସେ ପୀନହ‌ସ୍‌କୁ ଜନ୍ମ ଦେଲା। ଏମାନେ ସମସ୍ତେ ଲେବୀୟ ଥିଲେ।


କିନ୍ତୁ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣଙ୍କୁ କହିବା ପାଇଁ ମୋଶା ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ଯିବା ପାଇଁ ଏବଂ ଇସ୍ରାଏଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ।


ଲେବୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।


ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ।


ଏହି ପୁରୁଷମାନେ ହେଲେ ଶିମିୟୋନର ପରିବାରବର୍ଗ। ନମୂୟେଲଠାରୁ ନମୂୟେଲୀୟ ଗୋଷ୍ଠୀ ଏବଂ ଯାମୀନଠାରୁ ଯାମୀନୀୟ ଗୋଷ୍ଠୀ ଏବଂ ଯାଖୀନଠାରୁ ଯାଖୀନୀୟ ଗୋଷ୍ଠୀ।


Swiv nou:

Piblisite


Piblisite