Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 40:15 - ପବିତ୍ର ବାଇବଲ

15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକକର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ଵର ମୂଳ ହେବ।

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।”

Gade chapit la Kopi




ଯାତ୍ରା ପୁସ୍ତକ 40:15
15 Referans Kwoze  

ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।”


ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। “ଯାଜକ ମ‌ଲ୍‌କୀଷେଦକଙ୍କ ପରି ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”


ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।


କେହିହେଲେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା'ମଧ୍ୟ କେହି ଜାଣନ୍ତି ନାହିଁ। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ।


ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।


“ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।


ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା'ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା'ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା'ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ।


ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ।


ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।


ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।”


Swiv nou:

Piblisite


Piblisite