Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 4:3 - ପବିତ୍ର ବାଇବଲ

3 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।” ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା'ଠାରୁ ଦୌଡ଼ି ପଳାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହୁଁ ସେ କହିଲେ, ତାକୁ ଭୂମିରେ ପକାଅ। ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ।

Gade chapit la Kopi

ଓଡିଆ ବାଇବେଲ

3 ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ।

Gade chapit la Kopi




ଯାତ୍ରା ପୁସ୍ତକ 4:3
5 Referans Kwoze  

ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ, ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ୱାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।


ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”


କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।” ତେଣୁ ମୋଶା ସର୍ପ ନିକଟକୁ ଯାଇ ତା'ର ଲାଞ୍ଜଟିକୁ ଧରିଲେ। ଯେତେବେଳେ ମୋଶା ଏପରି କଲେ, ସେହି ସର୍ପଟି ପୁନରାୟ ଆଶାବାଡ଼ିରେ ପରିଣତ ହୋଇଗଲା।


“ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦେଖାଅ। ସେ ତୁମ୍ଭମାନଙ୍କୁ ଅ‌ଦ୍‌ଭୂତ କର୍ମ ଦେଖାଇବାକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖରେ ସର୍ପରେ ପରିଣତ ହେବ।”


Swiv nou:

Piblisite


Piblisite