Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 4:24 - ପବିତ୍ର ବାଇବଲ

24 ମିଶରକୁ ଯିବା ବାଟରେ, ମୋଶା ଏକ ସ୍ଥାନରେ ରାତ୍ରି ଯାପନ କଲେ। ସଦାପ୍ରଭୁ ମୋଶାଙ୍କୁ ସେଠାରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଅନନ୍ତର ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi

ଓଡିଆ ବାଇବେଲ

24 ଏଥିଉତ୍ତାରେ ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏଥିଉତ୍ତାରେ ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi




ଯାତ୍ରା ପୁସ୍ତକ 4:24
8 Referans Kwoze  

ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”


ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।


ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।


“ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’


ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ‌‌ଖ‌ଡ଼୍‌ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ।


ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ।


ସେହି ରାତ୍ରିରେ ତାଙ୍କର ଭାଇମାନେ ଏକ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ୟରୁ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!


Swiv nou:

Piblisite


Piblisite