Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 4:18 - ପବିତ୍ର ବାଇବଲ

18 ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?” ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଅନନ୍ତର ମୋଶା ଆପଣା ଶ୍ଵଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରି ଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ। ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲା, କୁଶଳରେ ଯାଅ।

Gade chapit la Kopi

ଓଡିଆ ବାଇବେଲ

18 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରି ଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।”

Gade chapit la Kopi




ଯାତ୍ରା ପୁସ୍ତକ 4:18
11 Referans Kwoze  

ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା।


କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍। ସେମାନେ ସେହିପରି କଲେ ପରମେଶ୍ୱରଙ୍କ ନାମ ଏବଂ ଖ୍ରୀଷ୍ଟିୟାନ ଉପଦେଶଗୁଡ଼ିକ ସମାଲୋଚିତ ହେବ ନାହିଁ।


କାରାଧ୍ୟକ୍ଷ ପାଉଲଙ୍କୁ କହିଲେ ଯେ, “ବିଗ୍ଭରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦେବା ପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତିରେ ଯାଇପାରନ୍ତି।”


ପାଉଲ କିଛି ଦିନ ପରେ ବର୍ଣ୍ଣ‌ବ୍‌‌ବାଙ୍କୁ କହିଲେ, “ଗ୍ଭଲ, ଆମ୍ଭେମାନେ ଫେରିବା ଆଉ ଆମ୍ଭେମାନେ ପ୍ରଭୁଙ୍କର ବାକ୍ୟ ଯେଉଁ ପ୍ରତ୍ୟେକ ସହରରେ ପ୍ରଗ୍ଭର କରିଛୁ, ସେହିସବୁ ସହରକୁ ଯାଇ ଆମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସେମାନଙ୍କ ଭଲମନ୍ଦ ବୁଝିବା।”


ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”


ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”


ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ ଅଟେ। ମୋର ପିତା କୁଶଳରେ ତ?” କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସେମାନେ ଭୟ କରୁଥିଲେ।


ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ।


ତା'ପରେ ଇଲୀଶାୟ ନାମା‌ନଙ୍କୁ କହିଲେ, “ଶାନ୍ତିରେ ଯାଅ।” ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ।


ତହୁଁ ଯାଜକ ତାଙ୍କୁ କହିଲା, “କୁଶଳରେ ଯାଅ। ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।”


ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”


Swiv nou:

Piblisite


Piblisite