Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 4:11 - ପବିତ୍ର ବାଇବଲ

11 ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଛନ୍ତି? ପୁଣି ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ?

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି ? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ?

Gade chapit la Kopi




ଯାତ୍ରା ପୁସ୍ତକ 4:11
18 Referans Kwoze  

ଯଦି ନଗରରେ ତୂରୀ ବାଜି ଉଠିବ ତେବେ ଲୋକମାନେ ଭୟରେ ଥରହର ହେବେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।


ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି। ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।


ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା'ପରେ ସେ କହିଲା, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲ।”


ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ’ଣ ଶୁଣିପାରୁ ନାହାନ୍ତି! ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।


ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।


ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ, “ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।


ତା'ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”


ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସନ୍ଧ୍ୟା ସମୟରେ ମୋର ପ୍ରଭୁ ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଥିଲା। ପ୍ରାତଃକାଳରେ ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସେ ମୋର ମୁଖ ଫିଟାଇଥିଲେ। ଆଉ ମୁଁ ଚୁପ୍ ହୋଇ ରହିଲି ନାହିଁ।


ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”


ଅନ୍ଧ ତା'ର ଦୃଷ୍ଟିଶକ୍ତି ଫେରି ପାଆନ୍ତି। ଛୋଟାମାନେ ଗ୍ଭଲି ପାରନ୍ତି। କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲାଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଗ୍ଭର ପ୍ରଗ୍ଭର କରାଯାଉଛି।


ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ, କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ ଓ ଅନ୍ଧକାରରେ ସଢୁଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାରକୁ ଆଣିବ।


ଏବେ ଶୁଣ! ତୁମ୍ଭେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”


ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା'ପରେ ତ‌ତ୍‌କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ।


କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ'ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!”


ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”


କାନରେ ଶୁଣିବା ଆଖିରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି।


Swiv nou:

Piblisite


Piblisite