Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:6 - ପବିତ୍ର ବାଇବଲ

6 କର୍ମୀଗଣ ଏଫୋଦରେ ଗୋମେଦକ ମଣିକୁ ସୁନାରେ ଖଚିତ କରି ବ୍ୟବହାର କଲେ। ସେହି ମଣିରେ ଇସ୍ରାଏଲ ସନ୍ତାନମାନଙ୍କର ନାମ ଲେଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ଵର୍ଣ୍ଣା-ଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।

Gade chapit la Kopi

ଓଡିଆ ବାଇବେଲ

6 ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:6
8 Referans Kwoze  

“ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ।


ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ଯ୍ୟମଣି, ଗୋମେଦକମଣି, ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣରେ ଖଚିତ ହୋଇଥିଲ। ତୁମ୍ଭେ ସୃଷ୍ଟି ହେବା ଦିନରୁ ସମସ୍ତ ସୌନ୍ଦର୍ଯ୍ୟ ଶିଳ୍ପ ଗ୍ଭତୁରୀରେ ପରିପୂର୍ଣ୍ଣ ଥିଲ।


ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ୟ, ଗୋମେଦକ ଓ ନୀଳକାନ୍ତ ମଣି ବଦଳରେ କିଣି ପାରିବ ନାହିଁ।


ଗୋମେଦକମଣି ଏବଂ ଅନ୍ୟାନ୍ୟ ଅଳଙ୍କାର ଏଫୋଦ ଓ ବିଗ୍ଭରାର୍ଥକ ବୁକୁପଟାରେ ଖଚିତ କରିବା ପାଇଁ।


ଏଫୋଦ ଓ ବୁକୁପଟାରେ ଏହା ଲଗାଇବା ନିମନ୍ତେ ଗୋମେଦକମଣି ଓ ଅଳଙ୍କାରସବୁ ଗ୍ରହଣ କର।”


ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ।


ଏହା ପରେ ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟିରେ ଦେବ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।


ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ।


Swiv nou:

Piblisite


Piblisite