Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:5 - ପବିତ୍ର ବାଇବଲ

5 ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ଵାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ଵାରା ନିର୍ମିତ ହେଲା।

Gade chapit la Kopi

ଓଡିଆ ବାଇବେଲ

5 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା।

Gade chapit la Kopi




ଯାତ୍ରା ପୁସ୍ତକ 39:5
10 Referans Kwoze  

ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ।


ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟିରେ ତାଙ୍କର ବେ‌‌‌ଲ୍ଟ ବାନ୍ଧିଲେ, ତାଙ୍କୁ ଗ୍ଭେଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେ‌‌‌ଲ୍ଟରେ ବାନ୍ଧିଲେ।


ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ।


“ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ। ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ହେବ।


ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ,


ସେମାନେ ଏଫୋଦ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହା ପରେ ସେମାନେ ପ୍ରତ୍ୟେକର କାନିକୁ ଏଫୋଦର ଦୁଇ ମୁଣ୍ଡ ସହିତ ଯୋଡ଼ି ଦେଲେ।


କର୍ମୀଗଣ ଏଫୋଦରେ ଗୋମେଦକ ମଣିକୁ ସୁନାରେ ଖଚିତ କରି ବ୍ୟବହାର କଲେ। ସେହି ମଣିରେ ଇସ୍ରାଏଲ ସନ୍ତାନମାନଙ୍କର ନାମ ଲେଖିଲେ।


Swiv nou:

Piblisite


Piblisite