Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:32 - ପବିତ୍ର ବାଇବଲ

32 ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଏହି ପ୍ରକାରେ ସମାଗମ-ତମ୍ଵୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।

Gade chapit la Kopi

ଓଡିଆ ବାଇବେଲ

32 ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:32
24 Referans Kwoze  

ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”


ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ଦାଉଦ କହିଲେ, “ସଦାପ୍ରଭୁ ମୋତେ ପରିଗ୍ଭଳନା ଦେବା ସହିତ ଏହି ସମସ୍ତ ଯୋଜନା ଲିଖିତ ହୋଇଅଛି। ସଦାପ୍ରଭୁ ମୋତେ ଏହି ଯୋଜନାରେ ଲିଖିତ ସମସ୍ତ ବିଷୟ ବୁଝିବାରେ ସାହାଯ୍ୟ କରିଅଛନ୍ତି।”


କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି।


“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।


ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।


ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।


ଏହା ପରେ ସେମାନେ ମୋଶାଙ୍କୁ ପବିତ୍ର ତମ୍ବୁ ଦେଖାଇଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ।


ଏହା ପଗଡ଼ି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ।


ଏହି ଆଜ୍ଞା ସଦାପ୍ରଭୁ, ମୋଶା ଏବଂ ହାରୋଣଙ୍କୁ ଦେଇଥିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।


ସମାଗମ-ତମ୍ବୁ, ନିୟମ-ସିନ୍ଦୁକ, ସିନ୍ଦୁକର ଆଚ୍ଛାଦକ, ତା'ର ପାପାଛଦନ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ,


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।


ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।


ହୀରମ୍ ଏହିସବୁ ପ୍ରକ୍ଷାଳନ ପାତ୍ର, ଛୋଟ କରଚୁଲ୍ଲୀ ଏବଂ ଛୋଟ ତାଟିଆଗୁଡ଼ିକ ନିର୍ମାଣ କଲା। ସେ ଶଲୋମନଙ୍କ ଇଚ୍ଛାନୁସାରେ ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତ ହେଲା। ଯଥା: 2 ଗୋଟି ସ୍ତମ୍ଭ; 2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ; 2 ଗୋଟି ଜାଲି; 400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ; 10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ; ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି; ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା। ସେଗୁଡ଼ିକ ସୁନ୍ଦର ପିତ୍ତଳରେ ନିର୍ମିତ ହୋଇଥିଲା।


Swiv nou:

Piblisite


Piblisite