Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:3 - ପବିତ୍ର ବାଇବଲ

3 ସେମାନେ ନୀଳ, ବାଇଗଣୀ ଓ ଲାଲ ରଙ୍ଗର ସୂତାରେ ଝାଲେରି ବୁଣିବା ପାଇଁ ସେମାନେ ସୁବର୍ଣ୍ଣକୁ ପିଟିଲେ ଓ କାଟି ଛୋଟ ସୂତାରେ ପରିଣତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅର୍ଥାତ୍, ସେମାନେ ସ୍ଵର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ଵାରା ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।

Gade chapit la Kopi

ଓଡିଆ ବାଇବେଲ

3 ଅର୍ଥାତ୍‍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅର୍ଥାତ୍‍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:3
6 Referans Kwoze  

ଏହା ପରେ ସେହି ନିପୁଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ତମ୍ବୁର ଦଶ ଯବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧ୍ୟରେ ଶିଳ୍ପ କର୍ମରେ କିରୂବ ଦୂତଗଣର ଆକୃତି କଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ପବିତ୍ର ତମ୍ବୁଟି ମୋଟା ନାଇଲନ ସୂତାର ଦଶ ଗୋଟି କପଡ଼ାରେ ନିର୍ମିତ ହେବ। ସେହି କପଡ଼ା ସବୁ ନୀଳ, ବାଇଗଣୀ ଓ ଲାଲ ସୂତାରେ ନିର୍ମିତ ହେବ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲେଇ କରାଯିବ।


ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ,


ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ଶୂଭ୍ର ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ।


ସେମାନେ ଏଫୋଦ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହା ପରେ ସେମାନେ ପ୍ରତ୍ୟେକର କାନିକୁ ଏଫୋଦର ଦୁଇ ମୁଣ୍ଡ ସହିତ ଯୋଡ଼ି ଦେଲେ।


ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।


Swiv nou:

Piblisite


Piblisite