Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:28 - ପବିତ୍ର ବାଇବଲ

28 ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡ଼ି ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ଓ ଶୁଭ୍ର କ୍ଷୌମସୂତ୍ରନିର୍ମିତ ପାଗ ଓ ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।

Gade chapit la Kopi

ଓଡିଆ ବାଇବେଲ

28 ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡ଼ି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:28
11 Referans Kwoze  

ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ।


ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ୱେଦ ଜାତ ହେଲାଭଳି କୌଣସି ପୋଷାକ ସେମାନେ ପିନ୍ଧିବେ ନାହିଁ।


“ସେମାନଙ୍କର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ତିଆରି କର।


“ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।


ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ।


ଏହା ପରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା ତିଆରି କଲେ।


ସେମାନେ ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତ୍ରରେ ଝାଲେରି କାର୍ଯ୍ୟ ଦ୍ୱାରା ଏକ କଟିବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମୋଶାଙ୍କ ପ୍ରତି ଆଜ୍ଞାନୁସାରେ।


ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।


ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ


ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, “ତୁମ୍ଭେମାନେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।”


ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ।


Swiv nou:

Piblisite


Piblisite