Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 37:9 - ପବିତ୍ର ବାଇବଲ

9 କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହୋଇ ରହିଲା। ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି କିରୂବମାନଙ୍କର ପକ୍ଷ ଊର୍ଦ୍ଧ୍ଵବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, କିରୂବମାନଙ୍କର ପକ୍ଷ ଉର୍ଦ୍ଧ୍ବକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, କିରୂବମାନଙ୍କର ପକ୍ଷ ଉର୍ଦ୍ଧ୍ବକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

Gade chapit la Kopi




ଯାତ୍ରା ପୁସ୍ତକ 37:9
15 Referans Kwoze  

ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।


ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।


ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।


ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି।


ମଣ୍ଡଳୀ ଦ୍ୱାରା ପରମେଶ୍ୱରଙ୍କ ବହୁବିଧ ଜ୍ଞାନ, ସ୍ୱର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା। ସେମାନେ ମଣ୍ଡଳୀ ଯୋଗୁଁ ଏହା ଜାଣି ପାରିବେ।


ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।


ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”


ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ।


ସେହି ଦୂତମାନେ ନିୟମ-ସିନ୍ଦୁକକୁ ସେମାନଙ୍କର ଡେଣା ଦ୍ୱାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡ଼କୁ ଉଠେ। ଆଚ୍ଛାଦକ ଆଡ଼କୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।


ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି।


ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖ‌‌‌‌ଡ଼୍‌‌‌‌ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ।


ତହିଁର ଏକ ମୁଣ୍ଡରେ ଏକ କିରୂବ, ଅନ୍ୟ ମୁଣ୍ଡରେ ମଧ୍ୟ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ।


ଏହା ପରେ ସେ ଶିଟୀମ୍ କାଠରେ ଏକ ମେଜ ତିଆରି କଲେ। ଏହାର ଲମ୍ବ ଦୁଇ ହାତ, ଏକ ହାତ ଚଉଡ଼ା, ଦେଢ଼ ହାତ ଉଚ୍ଚତା ଥିଲା।


ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।


Swiv nou:

Piblisite


Piblisite