Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 34:26 - ପବିତ୍ର ବାଇବଲ

26 “ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ। “କଦାପି ଗୋଟିଏ ମେଷକୁ ତା'ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ତୁମ୍ଭେ ଆପଣା ଭୂମିର ପ୍ରଥମଜାତ ଫଳର ଅଗ୍ରୀମାଂଶ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ଗୃହକୁ ଆଣିବ। ପୁଣି ତୁମ୍ଭେ ଛାଗଶାବକକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

26 ତୁମ୍ଭେ ଆପଣା ଭୂମିର ପ୍ରଥମଜାତ ଫଳର ଅଗ୍ରିମାଂଶ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ପୁଣି, ତୁମ୍ଭେ ଛାଗର ଶାବକକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ତୁମ୍ଭେ ଆପଣା ଭୂମିର ପ୍ରଥମଜାତ ଫଳର ଅଗ୍ରିମାଂଶ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ପୁଣି, ତୁମ୍ଭେ ଛାଗର ଶାବକକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।”

Gade chapit la Kopi




ଯାତ୍ରା ପୁସ୍ତକ 34:26
13 Referans Kwoze  

“ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। “ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା'ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”


“ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ। “ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା'ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ।


ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶରେ ଭୂମିରୁ ଫଳିଥିବା ସମସ୍ତ ଫଳ ଓ ପରିବାରୁ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗୁଡ଼ିରେ ତାହା ନେଇ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକୁ ତୁମ୍ଭେ ଯିବ।


କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉ‌ତ୍‌‌ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉ‌ତ୍‌‌ଥିତ ପ୍ରଥମ ଫଳ ସ୍ୱରୂପ।


ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା'ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ।


ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକୁ ଯେଉଁ ଦେଶ ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।’ “ଏହା ପରେ ତୁମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ପ୍ରଣାମ କରିବ।


ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ।


ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ।


ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍।


ସେମାନେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱଫଳ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହେବ, ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ବିଧିସମ୍ମତ ଶୁଚି ବ୍ୟକ୍ତି ତାହା ଭୋଜନ କରିବ।


“ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏ କଥା ଗ୍ରହଣ କରିଥିଲୁ।


Swiv nou:

Piblisite


Piblisite