Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 34:18 - ପବିତ୍ର ବାଇବଲ

18 “ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତୁମ୍ଭେ ତାଡ଼ିଶୂନ୍ୟ ରୋଟୀର ଉତ୍ସବ ପାଳନ କରିବ, ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେରୂପ କରିବାକୁ ତୁମ୍ଭକୁ ଆଜ୍ଞା ଦେଇଅଛୁ, ସେହିରୂପେ ତୁମ୍ଭେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ; କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିସର ଦେଶରୁ ବାହାର ହୋଇ ଆସିଥିଲ।

Gade chapit la Kopi

ଓଡିଆ ବାଇବେଲ

18 ତୁମ୍ଭେ ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ, ପୁଣି, ଆବୀବ୍‍ ମାସର ଯେଉଁ ସମୟରେ ଯେରୂପ କରିବାକୁ ତୁମ୍ଭକୁ ଆଜ୍ଞା ଦେଇଅଛୁ, ସେହିରୂପେ ତୁମ୍ଭେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଖାଇବ; କାରଣ ସେହି ଆବୀବ୍‍ ମାସରେ ତୁମ୍ଭେ ମିସର ଦେଶରୁ ବାହାର ହୋଇ ଆସିଥିଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତୁମ୍ଭେ ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ, ପୁଣି, ଆବୀବ୍‍ ମାସର ଯେଉଁ ସମୟରେ ଯେରୂପ କରିବାକୁ ତୁମ୍ଭକୁ ଆଜ୍ଞା ଦେଇଅଛୁ, ସେହିରୂପେ ତୁମ୍ଭେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଖାଇବ; କାରଣ ସେହି ଆବୀବ୍‍ ମାସରେ ତୁମ୍ଭେ ମିସର ଦେଶରୁ ବାହାର ହୋଇ ଆସିଥିଲ।

Gade chapit la Kopi




ଯାତ୍ରା ପୁସ୍ତକ 34:18
15 Referans Kwoze  

“ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ।


ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ।


ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।


ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା।


ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା'ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ।


ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ।


“ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ।


ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।


“ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ସଦାପ୍ରଭୁଙ୍କର ନିସ୍ତାରପର୍ବ ହେବ।


ପୁଣି ସେହି ମାସର ପଞ୍ଚଦଶ ଦିବସରେ ଉତ୍ସବ ହେବା ଉଚିତ୍; ଏହା ସାତ ଦିନ ଯାଏ ପାଳିତ ହେବା ଉଚିତ୍ ଓ ଏହି ସାତ ଦିନ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବା ଉଚିତ୍।


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


“ତୁମ୍ଭେମାନେ ବର୍ଷରେ ତିନିଥର ମୋ’ ଉଦ୍ଦେଶ୍ୟରେ ଉତ୍ସବ କର। ସେହି ଉତ୍ସବ ଗୁଡ଼ିକରେ ତୁମ୍ଭେମାନେ ମୋର ପବିତ୍ର ସ୍ଥାନକୁ ଆସି ଉପାସନା କର।


Swiv nou:

Piblisite


Piblisite