Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 34:11 - ପବିତ୍ର ବାଇବଲ

11 ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦେଲି ତାହା ଅନୁସରଣ କର ମୁଁ ତୁମ୍ଭର ଶତ୍ରୁମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି। ମୁଁ କିଣାନୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବିତାଡ଼ିତ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଜି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର; ଦେଖ, ଆମ୍ଭେ ଇମୋରୀୟ ଓ କିଣାନୀୟ ଓ ହିତ୍ତୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେବା।

Gade chapit la Kopi

ଓଡିଆ ବାଇବେଲ

11 ଆଜି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର; ଦେଖ, ଆମ୍ଭେ ଇମୋରୀୟ, କିଣାନୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ି ଦେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଜି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର; ଦେଖ, ଆମ୍ଭେ ଇମୋରୀୟ, କିଣାନୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେବା।

Gade chapit la Kopi




ଯାତ୍ରା ପୁସ୍ତକ 34:11
23 Referans Kwoze  

ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ୱର୍ଗଦୂତ ପଠାଇବି ପୁଣି ମୁଁ କିଣାନୀୟ ଓ ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ି ଦେବି।


ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀୟମାନଙ୍କ ହିତ୍ତୀୟମାନଙ୍କ, ପିରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ନେଇଯିବା।’


ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’


ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।


ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ।


ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


“ବର୍ତ୍ତମାନ ତୁମ୍ଭେମାନେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସ୍ୱର ଶୁଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି, ତେବେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହୁ ଉଚ୍ଚରେ ରଖିବେ।


“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।


ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।


ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।


“ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।


ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”


ମୁଁ ତୁମ୍ଭ ଆଗେ, ଆଗେ ବିରୁଡ଼ିମାନଙ୍କୁ ପାଠାଇବି। ସେମାନେ ହିବ୍ବୀୟ, କିଣାନୀୟ, ହିତ୍ତୀୟମାନଙ୍କୁ ତୁମ୍ଭ ଦେଶରୁ ଘଉଡ଼ାଇ ଦେବେ।


ପରମେଶ୍ୱର ଅନନ୍ତକାଳସ୍ଥାୟୀ, ସେ ହେଉଛନ୍ତି ତୁମ୍ଭର ନିରାପଦର ସ୍ଥାନ। ପରମେଶ୍ୱରଙ୍କର ଶକ୍ତି ଅନନ୍ତକାଳ। ସେ ତୁମ୍ଭ ପାଇଁ ସୁରକ୍ଷା ଦେଉଛନ୍ତି। ପରମେଶ୍ୱର ତୁମ୍ଭ ଦେଶରୁ ତୁମ୍ଭ ଶତ୍ରୁମାନଙ୍କୁ ବିତାଡ଼ିତ କରିବେ। ସେ କହିବେ, ‘ଶତ୍ରୁମାନଙ୍କୁ ବିନାଶ କର।’


ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି।


ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କୁ ତିନି ଦିନ ପାଇଁ ମରୁଭୂମିକୁ ଯିବାକୁ ଅନୁମତି ଦିଅ। ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏହା କରିବାକୁ ଆଜ୍ଞା କରିଅଛନ୍ତି।”


କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।


ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ;


Swiv nou:

Piblisite


Piblisite