Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 33:6 - ପବିତ୍ର ବାଇବଲ

6 ତେଣୁ ଇସ୍ରାଏଲୀୟ ଲୋକମାନେ ହୋରେବ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇ ଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।

Gade chapit la Kopi

ଓଡିଆ ବାଇବେଲ

6 ଏଥିରେ ଇସ୍ରାଏଲ ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇ ଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।

Gade chapit la Kopi




ଯାତ୍ରା ପୁସ୍ତକ 33:6
7 Referans Kwoze  

ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସେମାନେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ।


ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।


ତେଣୁ ଲୋକମାନେ ସେହି କର୍ଣ୍ଣକୁଣ୍ଡଳ ଗୁଡ଼ିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।


ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା।


କାରଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ଯିବି ତେବେ ତୁମ୍ଭମାନଙ୍କୁ ଧ୍ୱଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହା ପରେ ତୁମ୍ଭମାନଙ୍କ ପାଇଁ କ’ଣ କରାଯିବ ବିଗ୍ଭର କରିବା।’”


ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା।


ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ।


Swiv nou:

Piblisite


Piblisite