Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 32:27 - ପବିତ୍ର ବାଇବଲ

27 ମୋଶା ସେମାନଙ୍କୁ କହିଲେ, “ମୁଁ ତୁମ୍ଭକୁ କହିବି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଯାହା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ଜଙ୍ଘରେ ଖ‌ଡ଼୍‌ଗ ବାନ୍ଧି ଛାଉଣିର ମଧ୍ୟଦେଇ ଗୋଟିଏ ଦ୍ୱାରରୁ ଅନ୍ୟଦ୍ୱାର ନିକଟକୁ ଯିବା ଆସିବା କର ଏବଂ ପ୍ରତ୍ୟେକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବାସୀକୁ ବଧ କର।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ତହୁଁ ସେ ସେମାନଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ଼୍‍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ଵାରରୁ ଆନ ଦ୍ଵାର ପର୍ଯ୍ୟନ୍ତ ଗତାୟାତ କର ଓ ପ୍ରତି ଜଣ ଆପଣା ଆପଣା ଭ୍ରାତା ଓ ମିତ୍ର ଓ ପ୍ରତିବାସୀକି ବଧ କର।

Gade chapit la Kopi

ଓଡିଆ ବାଇବେଲ

27 ତହୁଁ ସେ ସେମାନଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ୱାରରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଗତାୟାତ କର, ପ୍ରତି ଜଣ ଆପଣା ଆପଣା ଭାଇ, ମିତ୍ର ଓ ପ୍ରତିବାସୀକୁ ବଧ କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ତହୁଁ ସେ ସେମାନଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ୱାରରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଗତାୟାତ କର, ପ୍ରତି ଜଣ ଆପଣା ଆପଣା ଭାଇ, ମିତ୍ର ଓ ପ୍ରତିବାସୀକୁ ବଧ କର।’”

Gade chapit la Kopi




ଯାତ୍ରା ପୁସ୍ତକ 32:27
12 Referans Kwoze  

ତେଣୁ ମୋଶା ଇସ୍ରାଏଲର ନେତୃବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ପରିବାର ବାଲପିୟୋର ସହିତ ଯୋଗ ଦେଇଥିବା ଲୋକମାନଙ୍କୁ ବାହାର କର ଓ ସେମାନଙ୍କୁ ହତ୍ୟା କର।”


“ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ।


ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ।


ଏହା ପରେ ମୋଶା କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜକୁ ନିଯୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”


ତେଣୁ ମୋଶା ଛାଉଣି ଦ୍ୱାର ଦେଶରେ ଛିଡ଼ା ହୋଇ କହିଲେ, “ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଗ୍ଭହଁ ସେମାନେ ମୋ’ ପାଖକୁ ଆସ।” ଏବଂ ଏଥିରେ ଲେବୀ ବଂଶର ସମସ୍ତ ଲୋକ ମୋଶାଙ୍କ ନିକଟକୁ ଦୌଡ଼ିଲେ।


ତେଣୁ ମୋଶା ଯେପରି କହିଲେ, ଲେବୀୟମାନେ ସେହିପରି କଲେ ଏବଂ ସେହି ଦିନ ଇସ୍ରାଏଲରେ 3,000 ଲୋକଙ୍କୁ ହତ୍ୟା କରାଗଲା।


“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି।


ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।” ତେଣୁ ସେମାନେ ‌‌ଖ‌ଡ଼୍‌ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ।


ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା'ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।


Swiv nou:

Piblisite


Piblisite