Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 32:13 - ପବିତ୍ର ବାଇବଲ

13 ମନେରଖ, ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବ, ତୁମ୍ଭର ସେବକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, ‘ଆକାଶରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହେବ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦେବି। ସେହି ଭୂମି ଅନନ୍ତକାଳ ତୁମ୍ଭମାନଙ୍କର ହେବ।”’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆପଣା ଦାସ ଅବ୍ରହାମ ଓ ଇସ୍‍ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।

Gade chapit la Kopi

ଓଡିଆ ବାଇବେଲ

13 ଆପଣା ଦାସ ଅବ୍ରହାମ ଓ ଇସ୍‍ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆପଣା ଦାସ ଅବ୍ରହାମ ଓ ଇସ୍‌ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’”

Gade chapit la Kopi




ଯାତ୍ରା ପୁସ୍ତକ 32:13
23 Referans Kwoze  

ପରମେଶ୍ୱର ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ପରମେଶ୍ୱରଙ୍କ ବ୍ୟତୀତ ମହାନ ଲୋକ ଆଉ କେହି ନାହାନ୍ତି। ଅତଏବ ପରମେଶ୍ୱର ନିଜ ନାମରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।


ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”


ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।


କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।


ତେବେ ଆମ୍ଭେ ଯାକୁବ ସହିତ, ଇ‌‌‌ସ୍‌‌‌ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା।


ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସେମାନେ ମୋ’ ନାମ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇ‌ସ୍‌ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”


ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।”


ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ।


ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଙ୍କେତ ହେବ।


ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”


ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ମୋତେ ମୋର ଜନ୍ମ ସ୍ଥାନରୁ ମୋ’ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସେହି ସ୍ଥାନ ମୋର ପରିବାରମାନଙ୍କ ପାଇଁ ମୋର ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହି ଭୂମି ମୋର ପରିବାର ପାଇଁ ହେବ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମୋର ପୁଅ ପାଇଁ ଏକ ସ୍ତ୍ରୀ ଖୋଜି ଆଣିବା ନିମନ୍ତେ।


ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ।


“ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସେହି ଦେଶକୁ ନେଇଯିବେ, ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସେଠାରେ କିଣାନୀୟମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସେହି ଦେଶ ଦେବେ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ୟାଗ କର। ମୁଁ ଅବ୍ରହାମ ଓ ଇ‌ସ୍‌ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସେମାନଙ୍କ ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବି ବୋଲି।


ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ।


ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ।


Swiv nou:

Piblisite


Piblisite