Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:6 - ପବିତ୍ର ବାଇବଲ

6 ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍, ସାକ୍ଷ୍ୟସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍‍, ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ-ବସ୍ତ୍ରର ଆଗରେ ତାହା ରଖିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍‍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ-ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ ବସ୍ତ୍ରର ଆଗରେ ତାହା ରଖିବ।

Gade chapit la Kopi




ଯାତ୍ରା ପୁସ୍ତକ 30:6
16 Referans Kwoze  

ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।


ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା,


ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା।


ସମାଗମ-ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁଖରେ ଏହିସବୁ ଆଶାବାଡ଼ି ସେହିଠାରେ ରଖ, ଯେଉଁ ସ୍ଥାନରେ ମୁଁ ତୁମ୍ଭ ସହିତ ଦେଖା କରେ।


ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦେବା ଉଚିତ୍। ତାହାଦ୍ୱାରା ନିୟମ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।


ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ।


ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।


ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।


ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ।


ଏହି ସାଙ୍ଗୀ ମଧ୍ୟ ଶିଟୀମ୍ କାଠରେ ତିଆରି କରିବ। ଏହି ସାଙ୍ଗୀଗୁଡ଼ିକ ସୁବର୍ଣ୍ଣରେ ଛାଉଣି କରାଯିବ।


“ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ।


ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।


Swiv nou:

Piblisite


Piblisite