Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:34 - ପବିତ୍ର ବାଇବଲ

34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁ‌ଗ୍‌ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ ଓ ନଖୀ ଓ କୁନ୍ଦୁରୁ ଓ ନିର୍ମଳ ଲୋବାନ୍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର।

Gade chapit la Kopi

ଓଡିଆ ବାଇବେଲ

34 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍‍ଗୁଳ, ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍‍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍ଗୁଳ, ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍‍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର।

Gade chapit la Kopi




ଯାତ୍ରା ପୁସ୍ତକ 30:34
20 Referans Kwoze  

ଏହା ପରେ ସେ ବିଶେଷ ଅଭିଷେକାର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।


ପୁଣି ତାହା ଉପରେ ତୈଳ ଦେବ ଓ ଲୋବାନି ରଖିବ। ତାହା ଶସ୍ୟ ନୈବେଦ୍ୟ ହେବ।


“ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର।


ଦୀପ ନିମନ୍ତେ ତୈଳ ପୁଣି ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ।


ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।


ସିଏ କିଏ ଅଟେ, ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି? ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ।


ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।


ଆଉ ରୋଟୀ ପରିବର୍ତ୍ତେ ସ୍ମରଣାର୍ଥକ ନୈବେଦ୍ୟରୂପେ ପ୍ରତି ଧାଡ଼ିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦେବ।


“ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ।


“ଆଉ କେହି ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଶସ୍ୟ ନୈବେଦ୍ୟ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦାରେ ନୈବେଦ୍ୟ ହେବ। ପୁଣି ସେଥିରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ।


ପବିତ୍ର ସ୍ଥାନ ନିମନ୍ତେ ଅଭିଷେକାର୍ଥକ ତୈଳ ଓ ଧୂପ ଏହି କର୍ମୀମାନେ କାର୍ଯ୍ୟମାନ ମୋର ଆଜ୍ଞା ଅନୁଯାୟୀ କରିବେ।”


ଧୂପବେଦି, ତାରସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର।


ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଉହ୍ମେଇରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧିଧୂପ ନେଇ ବିଚ୍ଛେଦ ବସ୍ତ୍ରରେ ଭିତରକୁ ଯିବ।


“ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।”


ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ।


“ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ।


Swiv nou:

Piblisite


Piblisite