Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:33 - ପବିତ୍ର ବାଇବଲ

33 ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ଯେକେହି ତତ୍ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅନ୍ୟବଂଶୀୟ ଲୋକର ଶରୀରରେ ତହିଁରୁ କିଛି ଦେବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଓଡିଆ ବାଇବେଲ

33 ଯେକେହି ତହିଁ ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅପରିଚିତ ଲୋକର ଶରୀରରେ ତହିଁରୁ କିଛି ଲଗାଇବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ଯେକେହି ତହିଁ ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅପରିଚିତ ଲୋକର ଶରୀରରେ ତହିଁରୁ କିଛି ଲଗାଇବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’”

Gade chapit la Kopi




ଯାତ୍ରା ପୁସ୍ତକ 30:33
27 Referans Kwoze  

ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”


ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”


ଏହି ଉତ୍ସବରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ସାତ ଦିନ ପର୍ଯ୍ୟନ୍ତ ଖାଇବ। ବିଶେଷତଃ ପ୍ରଥମ ଦିନରେ ତୁମ୍ଭ ଗୃହରୁ ତାଡ଼ି ଦୂରରେ ରଖିବ। ଏହି ସାତ ଦିନ ମଧ୍ୟରେ ତୁମ୍ଭେମାନେ କେହି ତାଡ଼ି ଖାଇବ ନାହିଁ। ଯଦି କେହି ତାଡ଼ି ଭୋଜନ କରେ ତେବେ ସେ ତା'ର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।


“ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା'ର ଲୋକମାନଙ୍କଠାରୁ ପୃଥକ ରହିବ।


ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।


ତେବେ ସେ ସେହି ବଳିଦାନ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନ କରିବ ତେବେ ସେ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।


ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ।


ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁ‌ଗ୍‌ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର।


“‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କେହି ଏହାକୁ ଅପବିତ୍ର କରେ ତେବେ ସେ ମୃତ୍ୟୁବରଣ କରିବା ଉଚିତ୍। ଯଦି କେହି ସେଦିନ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହେବା ଉଚିତ୍।


“ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା।


କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତରେ ହିଁ ଥାଏ। ଏଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭେମାନେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତା'ର ପ୍ରାଣ। ଯେକେହି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ।


ମୁଁ ମଧ୍ୟ ତା’ ବିରୁଦ୍ଧରେ ଛିଡ଼ା ହେବି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ ରଖିବି। କାରଣ ସେ ମୋର ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମୋର ପବିତ୍ର ନାମକୁ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ନିଜର ସନ୍ତାନମାନଙ୍କୁ ଦେଇଅଛି।


“ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।


“ଯଦି କେହି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖେ, ତେବେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍। ସେମାନେ ଅପରାଧୀ କାରଣ ସେମାନେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।


ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ'ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।


“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।


“ଯଦି ଯେଉଁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ପାପକର୍ମ କରେ ସେ ଇସ୍ରାଏଲୀୟ କି ବିଦେଶୀ ମୂଳ ସ୍ଥାୟୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତେବେ ସେ ବ୍ୟକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହେବ।


କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଙ୍ଗ କଲା, ତେଣୁ ସେ ବ୍ୟକ୍ତି ନିଶ୍ଚିତ ବହିସ୍କାର ହେବ ଓ ତା'ର ପାପ ସେ ବହନ କରିବ।”


ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା'ର ଅଶୌଚ ତାହାଠାରେ ରହିବ।


“ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି।


Swiv nou:

Piblisite


Piblisite