Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:29 - ପବିତ୍ର ବାଇବଲ

29 ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ପୁଣି ଏହି ସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରଇ, ସେସବୁ ପବିତ୍ର ହେବ।

Gade chapit la Kopi

ଓଡିଆ ବାଇବେଲ

29 ପୁଣି, ଏହିସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରେ, ସେସବୁ ପବିତ୍ର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ପୁଣି, ଏହିସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରେ, ସେସବୁ ପବିତ୍ର ହେବ।

Gade chapit la Kopi




ଯାତ୍ରା ପୁସ୍ତକ 30:29
10 Referans Kwoze  

ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼।


ହାରୋଣଙ୍କ ସନ୍ତାନଗଣ ମଧ୍ୟରୁ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନୈବେଦ୍ୟ ସେମାନେ ଗ୍ରହଣ କରିବେ ଏକ ବିଧି ହେବ। ଯାହାକିଛି ଜିନିଷଗୁଡ଼ିକ ଏହାକୁ ସ୍ପର୍ଶ କରିବ ପବିତ୍ର ହେବ।”


ସାତ ଦିନ ଯାଏ ଯଜ୍ଞବେଦିକୁ ପ୍ରସ୍ତୁତ କର। ଏହିପରି ଯଜ୍ଞବେଦିଟି ଅତି ପବିତ୍ର ହେବ। ଯାହାକିଛି ଯଜ୍ଞବେଦିକୁ ସ୍ପର୍ଶ କରେ ନିଶ୍ଚୟ ସେସବୁ ପବିତ୍ର ହେବ।


ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।


ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।


“ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ।


ତା'ପରେ ସେ ଅଭିଷେକାର୍ଥକ ତୈଳ ପାଇଁ ରଖାଯାଇଥିବା ତୈଳ ନେଲେ ଏବଂ ଏହା ଯଜ୍ଞବେଦି ଉପରେ ସାତଥର ଛିଞ୍ଚିଲେ। ସେ ଯଜ୍ଞବେଦି, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର, ରୁଖା ଓ ଅନ୍ୟାନ୍ୟ ବସ୍ତୁକୁ ପବିତ୍ର କରିବାକୁ ଅଭିଷେକ କଲେ।


ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ।


ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ପବିତ୍ର ତମ୍ବୁ ଓ ତହିଁ ମଧ୍ୟରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।


ଅନନ୍ତର ଯେଉଁ ଦିନ ମୋଶା ପବିତ୍ର ତମ୍ବୁର କାର୍ଯ୍ୟ ଶେଷ କଲେ, ସେ ତୈଳ ଦେଇ ଏହାକୁ ଅଭିଷିକ୍ତ କଲେ ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ପବିତ୍ର କଲେ।


Swiv nou:

Piblisite


Piblisite