Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:16 - ପବିତ୍ର ବାଇବଲ

16 ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ଵୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।

Gade chapit la Kopi

ଓଡିଆ ବାଇବେଲ

16 ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।”

Gade chapit la Kopi




ଯାତ୍ରା ପୁସ୍ତକ 30:16
9 Referans Kwoze  

ଏହି ଧାତୁ ଆଚ୍ଛାଦକ ଇସ୍ରାଏଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣଙ୍କ ପରିବାର ବ୍ୟତୀତ ଅନ୍ୟ କେହି ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କେହି ଏହି ସେବା କରିବ, ସେ କୋରହଙ୍କ ପରିବାରବର୍ଗ ପରି ହେବ ବୋଲି ଯାହା ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଜଣାଇ ଥିଲେ।


“ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।


ତା'ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।”


ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ।


ସଦାପ୍ରଭୁ ମୋଶାଙ୍କୁ କହିଲେ,


ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।


ତେଣୁ ରାଜ ଯୋୟାଶ୍ ମୁଖ୍ୟଯାଜକ ଯିହୋୟାଦାଙ୍କୁ ଡକାଇଲେ। ରାଜା କହିଲେ, “ଯିହୋୟାଦା, ଯିହୁଦା ଓ ଯିରୁଶାଲମରୁ ସଂଗୃହୀତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲେବୀୟମାନଙ୍କୁ ପଠାଉ ନାହଁ? ସଦାପ୍ରଭୁଙ୍କ ଦାସ ମୋଶା ଓ ଇସ୍ରାଏଲର ଲୋକମାନେ ସେହି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ୟବହାର କରୁଥିଲେ।”


Swiv nou:

Piblisite


Piblisite