Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:15 - ପବିତ୍ର ବାଇବଲ

15 ଧନୀ ବ୍ୟକ୍ତି ଅର୍ଦ୍ଧ ଶେକଲରୁ ଅଧିକ ଦେବା ଉଚିତ୍ ନୁହେଁ। ଗରିବ ଲୋକମାନେ ଅର୍ଦ୍ଧ ଶେକଲରୁ କମ୍ ଦେବା ଉଚିତ୍ ନୁହେଁ। ସମସ୍ତ ନୈବେଦ୍ୟ ସମାନ ହେବା ଉଚିତ୍। ତୁମ୍ଭ ଜୀବନର ପ୍ରାୟଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେଲା ବେଳେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି ଦରିଦ୍ର ତହିଁରୁ ଊଣା ଦେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତକରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ୍ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 30:15
12 Referans Kwoze  

ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।”


ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।


ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।


କାରଣ ରକ୍ତରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ଯଜ୍ଞବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ମୂଲ୍ୟରେ ରକ୍ତ ହିଁ ପ୍ରାୟଶ୍ଚିତ କରେ।


“ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ।


ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।


ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।


ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”


କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ।


ସେହି ଅର୍ଥକୁ ଇସ୍ରାଏଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ବିନିଯୋଗ କର। ଏହି ଦେୟ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ୟମ ହେବ। ସେମାନେ ସେମାନଙ୍କର ଜୀବନ ପ୍ରାୟଶ୍ଚିତ ପାଇଁ ଏହା ଦାନ କରିବେ।”


ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ।


“ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିଙ୍କ ପାଇଁ ଏହି ଉପହାର ଦେବେ।


Swiv nou:

Piblisite


Piblisite