Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:13 - ପବିତ୍ର ବାଇବଲ

13 ଯେଉଁମାନଙ୍କୁ ଗଣନା କରାଯାଏ ସେମାନେ ଅର୍ଦ୍ଧ ଶେକଲ ଦେବା ଉଚିତ୍। କାର୍ଯ୍ୟାଳୟ ମାପ ଅନୁସାରେ ଅର୍ଦ୍ଧ ଶେକଲ, ଏହି ଶେକଲ କୋଡ଼ିଏ ଗେରାହ ଅଟେ। ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପାଇଁ ନୈବେଦ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ।

Gade chapit la Kopi

ଓଡିଆ ବାଇବେଲ

13 ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ।

Gade chapit la Kopi




ଯାତ୍ରା ପୁସ୍ତକ 30:13
17 Referans Kwoze  

“ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, କୋଡ଼ିଏ ଗେରାରେ ଏକ ଶେକଲ ହୁଏ।


ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶେକଲ ନେବ। କୋଡ଼ିଏ ଗେରାରେ ଏକ ଶେକଲ।


ପୁଣି ଏକ ଶେକଲ କୋଡ଼ିଏ ଗେରା ହେବ, ଏକ ମିନା କୋଡ଼ିଏ ଶେକଲ, ପଚିଶ୍ ଶେକଲ, ପନ୍ଦର ଶେକଲ ହେବ।


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। କଫର୍ନାହୂମରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କରଆଦାୟ କରନ୍ତି, ସେମାନେ ସେହି ଲୋକ ଥିଲେ। ସେମାନେ ପଗ୍ଭରିଲେ, “ତୁମ୍ଭର ଗୁରୁ ମନ୍ଦିରର ‘ଦୁଇ-ଡ୍ର‌କ୍‌ମା’ କର ଦିଅନ୍ତି କି?”


ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ।


ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”


ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ।


“ମହାଶୟ, ମୋର କଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ୟ ତ ଗ୍ଭରିଶହ ଶେକଲ ରୂପା ଆପଣଙ୍କ ପାଇଁ ଓ ମୋ’ ପାଇଁ କିଛି ନୁହେଁ। ଭୂମି ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ମୃତ ସ୍ତ୍ରୀକୁ କବର ଦିଅନ୍ତୁ।”


କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ।


ଅଣତିରିଶ୍ ତାଳନ୍ତ ଓ 730 ଶେକଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ୱାରା ମପାଯାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।


“କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍।


କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଗ୍ଭଶ୍ ଶେକଲ ରୂପା ହେବ।


ଉପଯୁକ୍ତ ମାପ ଅନୁସାରେ ପ୍ରତ୍ୟେକ ସ୍ୱର୍ଣ୍ଣ ଗ୍ଭମଚରେ ବାର ଧୂମ୍ମପୂର୍ଣ ସୁଗନ୍ଧି ଥିଲା, ଏ ସମସ୍ତ ଗ୍ଭମଚର ସ୍ୱର୍ଣ୍ଣ ଦଶ ଶେକଲ ଥିଲା।


ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”


ଯେତେବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା'ର ନିରୂପିତ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।


Swiv nou:

Piblisite


Piblisite