Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:9 - ପବିତ୍ର ବାଇବଲ

9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହେଲା; ଆହୁରି ମିସ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୌରାତ୍ମ୍ୟ ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଲୁ।

Gade chapit la Kopi

ଓଡିଆ ବାଇବେଲ

9 ଯେହେତୁ ଦେଖ, ଇସ୍ରାଏଲ ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ।

Gade chapit la Kopi




ଯାତ୍ରା ପୁସ୍ତକ 3:9
22 Referans Kwoze  

ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ।


ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ।


ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”


କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।


ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ।


କିନ୍ତୁ ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି। ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି। କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”


ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”


ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ, “ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଏଲ ଦେବ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।


ଏହା ପରେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକୁ ହୃଦୟଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ।


“ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”


ତା'ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।


“ପରମେଶ୍ୱରଙ୍କ ଦୂତ କହିଲେ, ‘ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି।


ଏହା ପରେ ଜଣେ ନୂତନ ରାଜା ମିଶରରେ ରାଜତ୍ୱ କଲେ। ସେହି ରାଜା ଯୋଷେଫଙ୍କୁ ଜାଣି ନ ଥିଲେ।


ଇସ୍ରାଏଲୀୟମାନଙ୍କ ପ୍ରତି ଧ୍ୟାନ ଦେଲେ ଓ ସେମାନଙ୍କ ଅବସ୍ଥା ହୃଦୟଙ୍ଗମ କଲେ।


“ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ।


ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।


ତା'ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”


Swiv nou:

Piblisite


Piblisite