Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:6 - ପବିତ୍ର ବାଇବଲ

6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇ‌ସ୍‌ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।” ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେ ଆହୁରି କହିଲେ, ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ଵର, ଅର୍ଥାତ୍, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଓ ଯାକୁବର ପରମେଶ୍ଵର। ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ଵରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।

Gade chapit la Kopi

ଓଡିଆ ବାଇବେଲ

6 ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର ଓ ଇସ୍‍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।

Gade chapit la Kopi




ଯାତ୍ରା ପୁସ୍ତକ 3:6
42 Referans Kwoze  

ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’


ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ ପରମେଶ୍ୱର ଅଟେ।’ ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”


ପୁନରୁ‌ତ୍‌ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’।


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”


‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର।’ ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।


ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇ‌ସ୍‌ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା।


ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।”


ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି।


ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”


ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।


ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।


ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”


ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।


ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”


ମୁଁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରିବି ଏବଂ ସେମାନଙ୍କର ପରମେଶ୍ୱର ହେବି।


ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇ‌ସ୍‌ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ।


ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇ‌ସ୍‌ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ’ ସହିତ ନ ଥା’ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା’ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”


ସେହି ରାତ୍ରିରେ ସଦାପ୍ରଭୁ ଇ‌ସ୍‌ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।”


ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ,


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।


ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।”


ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’


ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”


ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ।


ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”


ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’”


ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।


ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମ‌ନ୍‌କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା।


କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।


ଦାସ ପ୍ରାର୍ଥନା କଲେ ଏବଂ କହିଲେ, “ହେ ସଦାପ୍ରଭୁ! ତୁମ୍ଭେ ମୋର ପ୍ରଭୁଙ୍କର ପରମେଶ୍ୱର। ମୋର ଜୀବନର ଲକ୍ଷ୍ୟ ସଫଳ କରାଇ, ମୋହର କର୍ତ୍ତା ଅବ୍ରହାମଙ୍କୁ ଦୟାକରି ଅନୁଗ୍ରହ କର।


ସଦାପ୍ରଭୁ ଆହୁରି କହିଲେ, “ଯାଅ ଏବଂ ଇସ୍ରାଏଲୀୟ ପ୍ରାଚୀନଗଣଙ୍କୁ କୁହ, ‘ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର, ମୋତେ କହି ଅଛନ୍ତି, ମିଶରୀୟମାନଙ୍କ ଦ୍ୱାରା ତୁମ୍ଭଙ୍କୁ ଦିଆଯାଇଥିବା ଯନ୍ତ୍ରଣାସବୁ, ଆମ୍ଭେ ଟିପି ନେଇଅଛୁ।


ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି। ସେ ମୋତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଏବଂ ମୁଁ ତାଙ୍କର ସମ୍ମାନ କରିବି।


ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”


କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।


ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।


Swiv nou:

Piblisite


Piblisite