Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:14 - ପବିତ୍ର ବାଇବଲ

14 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହିଁରେ ପରମେଶ୍ଵର ମୋଶାଙ୍କୁ କହିଲେ, ଆମ୍ଭେ ଯେ ଅଛୁ, ସେ ଅଛୁ; ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ଵୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିବ, ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇ ଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି।’”

Gade chapit la Kopi




ଯାତ୍ରା ପୁସ୍ତକ 3:14
21 Referans Kwoze  

ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।


ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।”


ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆ‌‌‌‌‌‌‌‌ଲ୍‌‌‌‌‌‌‌ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।”


ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ। ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।


ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।


ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।


ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।”


“ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଦର୍ଶନ ଦେଇଥିଲୁ। ସେମାନେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି କହିଥିଲେ। ସେମାନେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନ ଥିଲେ।


ପ୍ରତ୍ୟେକଙ୍କର ଛଅଟି ଲେଖାଏଁ ଡେଣା ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଗ୍ଭରିପାଖ ଆଖିରେ ପରିପୂର୍ଣ୍ଣ ଥିଲା। ସେମାନେ ଦିନରାତି ଅବିରତ କହୁଥିଲେ: “ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର। ସେ ସର୍ବଦା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିଥିବେ।”


କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ।


ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ (ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର। ପରମେଶ୍ୱରଙ୍କର ପ୍ରଶଂସା ହେଉ। ଯିଏ ମେଘ ଉପରେ ଆରୋହଣ କରନ୍ତି, ତାଙ୍କ ଆଗରେ ଆନନ୍ଦିତ ହୁଅ।


ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”


ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ? ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?


ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”


ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”


ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯିହୋବାଃ।


ସ୍ୱର୍ଗଦୂତଙ୍କ କଥା ତୁମ୍ଭେମାନେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରଣ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବେ ନାହିଁ। ମୋର ଶକ୍ତି ତାଙ୍କଠାରେ ନିହିତ ଅଛି।


ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।


“ମୁଁ ସଦାପ୍ରଭୁ ଓ ତାହା ହିଁ ମୋର ନାମ। ମୋର ପ୍ରଶଂସା ଓ ମହିମା ମୁଁ ସେହି ଖୋଦିତ ପ୍ରତିମାଗଣକୁ ଦେବି ନାହିଁ।


Swiv nou:

Piblisite


Piblisite