Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:13 - ପବିତ୍ର ବାଇବଲ

13 ଏହା ପରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଯଦି ମୁଁ ଇସ୍ରାଏଲୀୟମାନଙ୍କ ନିକଟକୁ ଯାଇ କହେ, ‘ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ମୋତେ ପଠାଇଛନ୍ତି,’ ଏହା ପରେ ଲୋକମାନେ ଯଦି ମୋତେ ପଗ୍ଭରନ୍ତି, ‘ତାଙ୍କର ନାମ କ’ଣ?’ ମୁଁ ତାଙ୍କୁ କ’ଣ କହିବି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅନନ୍ତର ମୋଶା ପରମେଶ୍ଵରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ଵର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି ସେମାନେ ପଚାରିବେ, ତାହାଙ୍କର ନାମ କଅଣ? ସେତେବେଳେ ମୁଁ କି ଉତ୍ତର ଦେବି?

Gade chapit la Kopi

ଓଡିଆ ବାଇବେଲ

13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି; ପୁଣି, ସେମାନେ ପଚାରିବେ, ତାହାଙ୍କର ନାମ କଅଣ ? ସେତେବେଳେ ମୁଁ କି ଉତ୍ତର ଦେବି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, ‘କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି;’ ପୁଣି, ସେମାନେ ପଚାରିବେ, ‘ତାହାଙ୍କର ନାମ କଅଣ?’ ସେତେବେଳେ ମୁଁ କି ଉତ୍ତର ଦେବି?”

Gade chapit la Kopi




ଯାତ୍ରା ପୁସ୍ତକ 3:13
16 Referans Kwoze  

ଯେତେବେଳେ ଏକ ସ୍ୱତନ୍ତ୍ର ବାଳକ ଜନ୍ମ ନେବେ ସେତିକି ବେଳେ ଏହା ଘଟିବ। ପରମେଶ୍ୱର ଆମ୍ଭମାନଙ୍କୁ ଏକ ପୁତ୍ର ଦେବେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ “ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଯିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହେବେ।”


ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌


ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।


ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ। ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତା'ର ନାମ ସେ ଇମ୍ମାନୁୟେଲ ଦେବ।


କିଏ କେବେ ସ୍ୱର୍ଗକୁ ଯାଇଛି ଏବଂ ତଳକୁ ଫେରି ଆସିଛି? କୌଣସି ଲୋକ ତା'ର ମୁଷ୍ଟିରେ ବାୟୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ାରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ? ତାଙ୍କର ପୁତ୍ରର ନାମ କ’ଣ?


ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ସେମାନଙ୍କୁ କୁହ, ‘ଆମ୍ଭେ ଯେ ଅଛୁ, ସେ ଅଛୁ,’ ଇସ୍ରାଏଲର ଲୋକମାନଙ୍କୁ କୁହ ଯେ, ‘ସ୍ୱୟମ୍ଭୂ’ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।”


ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।” କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।


“ଜଣେ କୁମାରୀ କନ୍ୟା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେବ। ଲୋକେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ।” (ଇମ୍ମାନୁୟେଲର ଅର୍ଥ, “ପରମେଶ୍ୱର ଆମ୍ଭ ସହିତ ଅଛନ୍ତି।”)


ଏହା ପରେ ମାନୋହ ପଗ୍ଭରିଲା, ସଦାପ୍ରଭୁ, “ଆପଣଙ୍କର ନାମ କ’ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ପ୍ରଶଂସା କରିବୁ।”


ଏହା ପରେ ସେହି ସ୍ତ୍ରୀଲୋକଜଣକ ତା'ର ସ୍ୱାମୀକୁ କହିଲା ଯାହାସବୁ ଘଟିଗଲା। ସେ କହିଲା, “ପରମେଶ୍ୱରଙ୍କର ଜଣେ ଲୋକ ମୋ’ ନିକଟକୁ ଆସିଲେ ଯିଏ କି ପରମେଶ୍ୱରଙ୍କ ଦୂତପରି ଦେଖାଯାଉଥିଲେ। ସେ ଅତି ଭୟଙ୍କର ଦେଖାଯାଉଥିଲେ। ସେ କେଉଁଠୁ ଆସିଥିଲେ, ମୁଁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମୋତେ କହିଲେ ନାହିଁ।


ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।


ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ।


ତା'ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”


ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’


ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ।


ତେଣୁ ସଦାପ୍ରଭୁ କୁହନ୍ତି, “ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସେହି ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ। ହଁ ଦେଖ, ଆମ୍ଭେ ସେହି।”


Swiv nou:

Piblisite


Piblisite