Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:11 - ପବିତ୍ର ବାଇବଲ

11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ମୋଶା ପରମେଶ୍ଵରଙ୍କୁ କହିଲେ, ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି?

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବି?”

Gade chapit la Kopi




ଯାତ୍ରା ପୁସ୍ତକ 3:11
13 Referans Kwoze  

କିନ୍ତୁ ଦାଉଦ ଉତ୍ତର ଦେଲେ, “ମୁଁ ଏକ ଉଚ୍ଚ ପରିବାରର ନୁହେଁ କି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ନୁହେଁ, ମୁଁ କିପରି ରାଜାଙ୍କର ଝିଅକୁ ବିବାହ କରି ପାରିବି।”


ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି।


କିନ୍ତୁ ମୋଶା ଉତ୍ତର ଦେଲେ, “ଇସ୍ରାଏଲ ସନ୍ତାନଗଣ ମୋର କଥାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ଫାରୋ ମୋର କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।”


ତା'ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”


ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ?


ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୁଲ୍ ବାଛିବା ପାଇଁ ତୁମ୍ଭେ ମୋତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମୋତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ୟାୟ ସହିତ ଶାସନ ଓ ବିଗ୍ଭର କରିପାରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ୟାୟ କରି ପାରିବ?”


ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମୋର ପିତା ଦାଉଦଙ୍କ ପଦରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦେଖାଇବା ପାଇଁ ଅନଭିଜ୍ଞ।


ତା'ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ, ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ?


କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”


ଆମ୍ଭେମାନେ କିଏ ଯେ ଏପରି ସ୍ୱେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହେବୁ? ଏହି ସମସ୍ତ ବସ୍ତୁ ମୋ'ଠାରୁ କିଅବା ମୋର ଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କେବଳ ତାହା ତୁମ୍ଭକୁ ଦେଇଅଛୁ।


Swiv nou:

Piblisite


Piblisite