Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 29:4 - ପବିତ୍ର ବାଇବଲ

4 “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ-ତମ୍ବୁ ସ୍ଥାନର ଦ୍ୱାର ଦେଶକୁ ଆଣ। ସେମାନଙ୍କୁ ଗାଧୋଇ ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ଵୁ-ଦ୍ଵାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।

Gade chapit la Kopi

ଓଡିଆ ବାଇବେଲ

4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ-ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।

Gade chapit la Kopi




ଯାତ୍ରା ପୁସ୍ତକ 29:4
18 Referans Kwoze  

“ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ।


ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।


ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।


ପରମେଶ୍ୱରଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ହେତୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ରଆତ୍ମାଙ୍କ ମାଧ୍ୟମରେ ଆସିଥିଲା।


ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟାସ୍ତ ହେବାପରେ ସେ ଛାଉଣି ମଧ୍ୟକୁ ପ୍ରବେଶ କରିବ।


“ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତଦ୍ଦ୍ୱାରା ସେ ଶୁଚି ହେବ। ତା'ପରେ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହାରେ ରହିବ।


ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।


“ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍।


ଏହି ପିଠା ଓ ରୋଟୀତକ ଡାଲାରେ ରଖ। ଏହା ପରେ ସେହି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମେଷ ସମାଗମ-ତମ୍ବୁ ନିକଟକୁ ଆଣ।


ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ତା'ପରେ ସମସ୍ତ ଇସ୍ରାଏଲ ସନ୍ତାନଗଣ ମଣ୍ତଳୀକି ଏକତ୍ର କରିବ।


ଯେତେବେଳେ ଯାଜକମାନେ ପବିତ୍ର ଅଞ୍ଚଳରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି ତାହା ସବୁ ସେଠାରେ ନ ରଖିବା ପର୍ଯ୍ୟନ୍ତ ସେସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।”


ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।


Swiv nou:

Piblisite


Piblisite