Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 29:12 - ପବିତ୍ର ବାଇବଲ

12 ଏହା ପରେ ସେହି ବାଛୁରିର କିଛି ରକ୍ତ ଯଜ୍ଞବେଦି ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳିରେ ରକ୍ତ ନେଇ ଯଜ୍ଞବେଦିର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।

Gade chapit la Kopi

ଓଡିଆ ବାଇବେଲ

12 ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।

Gade chapit la Kopi




ଯାତ୍ରା ପୁସ୍ତକ 29:12
18 Referans Kwoze  

ବେଦିର ଗ୍ଭରିକୋଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡ଼ିକ ବେଦିର ଏକ ଅଂଶ ହେବା ଉଚିତ୍। ଏହା କଂସାରେ ଆଚ୍ଛାଦିତ ହେବା ଉଚିତ୍।


ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ।


ତତ୍ପରେ ମୋଶା ତାକୁ ବଧ କଲେ ଓ ସେହି ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ଯଜ୍ଞବେଦିର ଗ୍ଭରିଆଡ଼େ ଶିଙ୍ଗ ଉପରେ ଦେଇ ଯଜ୍ଞବେଦିକି ପାପ ମୁକ୍ତ କଲେ। ଆଉ ଯଜ୍ଞବେଦି ମୂଳରେ ସେହି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।


ଏହି ବେଦି ବର୍ଗାକାର ହେବ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହେବା ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବେଦିର ଅଂଶ ହେବ।


ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।


ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।


ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ।


ତା'ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ।


ତା'ପରେ ସେ ଯାଜକ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ଅଙ୍ଗୁଳିରେ ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ।


ତା'ପରେ ସେ ଯାଜକ ଅଙ୍ଗୁଳିରେ ତା'ର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତା'ର ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ।


ତା'ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ।


ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ।


ସେ ଗ୍ଭରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଗ୍ଭରୋଟି ଶିଙ୍ଗକୁ ମିଶାଇ ଦେଲେ, ସେସବୁ ଯଜ୍ଞବେଦିର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡ଼ାଇଲେ।


ମେଷଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତେବେଳେ ମୁଁ ବେଦୀ ତଳେ କେତେକ ଆତ୍ମାକୁ ଦେଖିଲି। ପରମେଶ୍ୱରଙ୍କର ବାକ୍ୟ ପ୍ରତି ବିଶ୍ୱସ୍ତ ଥିବାରୁ ଓ ସେମାନେ ଦେଉଥିବା ସାକ୍ଷ୍ୟ ହେତୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସେଗୁଡ଼ିକ ହେଉଛି, ସେହି ଲୋକମାନଙ୍କର ଆତ୍ମା।


ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ।


Swiv nou:

Piblisite


Piblisite